
ବାସ୍ତବ ବ୍ୟୁରୋ: ୭୩ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶଠୁ ବିଦେଶ, ସବୁଠୁ ନେତା ଓ ଜନତା ଜଣାଉଛନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା। ଏହି ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
୧୯୫୦ ମସିହା ଆଜିର ତାରିଖରେ ଗୁଜରାଟ ଭାଡ଼ନଗରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିଲେ ମୋଦି। ତାଙ୍କ ପୂରା ନାମ ନରେନ୍ଦ୍ର ଦାମୋଦର ଦାସ ମୋଦି। ତାଙ୍କ ପିଲା ଦିନ ବେଶ୍ ସଙ୍ଘର୍ଷପୂର୍ଣ୍ଣ ଥିଲା। ପ୍ରାରମ୍ଭରେ ସେ ଷ୍ଟେସନରେ ଚା’ ବିକ୍ରି କରି ବାପାଙ୍କୁ ଆର୍ଥିକ ସାହାଯ୍ୟ କରୁଥିଲେ। କିନ୍ତୁ ନିଷ୍ଠା ଓ ଲୋକସେବା ତାଙ୍କୁ ଆଜି ଆଣି ପ୍ରଧାନମନ୍ତ୍ରୀ ଆସନରେ ବସାଇପାରିଛି।