ଘୁଞ୍ଚିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ତାରିଖ

ବାସ୍ତବ ବ୍ୟୁରୋ: ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆଜି (ଶନିବାର) ଶେଷ ହେଉଥିଲା। ହେଲେ ଏହାକୁ ଆରବିଆଇ ବଢାଇ ଦେଇଛି। ଆରବିଆଇ ଦ୍ବାରା ଜାରି ବିବୃତିରେ କୁହାଯାଇଛି ଯେ ୨୦୨୩ ମସିହା ଅକ୍ଟୋବର ୭ ତାରିଖ ଯାଏ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ।

ଅକ୍ଟୋବର ୮ ତାରିଖରୁ ବ୍ୟାଙ୍କ ଶାଖାରେ ଦୁଇ ହଜାର ଟଙ୍କିଆ ନୋଟ୍ ଜମା ଏବଂ ବିନିମୟ ବନ୍ଦ ହୋଇଯିବ। ଅକ୍ଟୋବର ୮ ତାରିଖ ପରେ, ଆରବିଆଇର ୧୯ଟି ଅଫିସରେ ଏକ ସମୟରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଯାଇପାରିବ। ଲୋକମାନେ ଆରବିଆଇର ୧୯ଟି କାର୍ଯ୍ୟାଳୟକୁ ଡାକ ବିଭାଗରୁ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟ ପଠାଇ ପାରିବେ। ଏହି ନୋଟର ମୂଲ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହେବ।

ସେୟାର କରନ୍ତୁ

Next Post

କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି

Sun Oct 1 , 2023
ବାସ୍ତବ ବ୍ୟୁରୋ: କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ କରାଯାଇଛି। ନୂଆ ଦର ଅନୁସାରେ, ଗ୍ୟାସ୍ ସିଲିଣ୍ଡର୍ ପିଛା ୨୦୯ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ମେଟ୍ରୋ ସହରରେ କର୍ମସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ଦେଖିବାକୁ ଗଲେ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩.୫୦ […]

You May Like

Pin It on Pinterest