
ବାସ୍ତବ ବ୍ୟୁରୋ: କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କଲେ ତୈଳ କମ୍ପାନୀ। ଆଜିଠାରୁ ନୂଆ ଦର ଲାଗୁ କରାଯାଇଛି। ନୂଆ ଦର ଅନୁସାରେ, ଗ୍ୟାସ୍ ସିଲିଣ୍ଡର୍ ପିଛା ୨୦୯ ଟଙ୍କା ବୃଦ୍ଧି ପାଇଛି।
ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ମେଟ୍ରୋ ସହରରେ କର୍ମସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ଦେଖିବାକୁ ଗଲେ କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୩.୫୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧,୬୩୬.୦୦ ଟଙ୍କା ବଦଳରେ ୧,୮୩୯.୫୦ ଟଙ୍କା ରହିଛି।
ମୁମ୍ବାଇରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୪ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି ଏବଂ ଏହାର ମୂଲ୍ୟ ସିଲିଣ୍ଡର ପିଛା ୧,୪୮୨ ରୁ ୧,୬୮୪ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୩ ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ସିଲିଣ୍ଡର ମୂଲ୍ୟ ପୂର୍ବରୁ ୧,୬୯୫ ଥିବାବେଳେ ୧୮୯୮ ଟଙ୍କାରେ ପହଞ୍ଚିଛି।
ପ୍ରକାଶ ଥାଉକି, ଇନ୍ଧନ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଗୋଟିଏ ମାସ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟକୁ ୨୦୦ ଟଙ୍କା ହ୍ରାସ କରିଥିଲେ। ଏହା ପରେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।



