ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର….

ବାସ୍ତବ ବ୍ୟୁରୋ: ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍‌ଜ ଏବଂ ଆନ୍‌ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ଇଲେକ୍ଟ୍ରୋନ୍‌ ଗତିଶୀଳତା ଅଧ୍ୟୟନ ପାଇଁ ଏହି ପୁରସ୍କାର ରୟାଲ ସୁଇଡିଶ ଏକାଡେମୀ ଅଫ୍‌ ସାଇନ୍‌ସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ପଦାର୍ଥରେ ଇଲେକ୍ଟ୍ରୋନ୍‌ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍‌ ଦିଆଯିବ। ନୋବେଲ୍‌ ଘୋଷଣା କରୁଥିବା ଟିମ୍‌ କହିଛନ୍ତି, “ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍‌ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି। ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍‌ ଗତି କିମ୍ବା ପରିବର୍ତ୍ତନ ପ୍ରକ୍ରିୟାକୁ ମାପିବା ପାଇଁ ବ୍ୟବହୃତ ହୋଇପାରିବ।”

ସେୟାର କରନ୍ତୁ

Next Post

ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା

Wed Oct 4 , 2023
ବାସ୍ତବ ବ୍ୟୁରୋ: ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କ୍ୱାଣ୍ଟମ ଡଟ୍ ଆବିଷ୍କାର ଏବଂ ସଂଶ୍ଳେଷଣ ପାଇଁ ଏହି ଗବେଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି […]

You May Like

Breaking News

Pin It on Pinterest