ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା

ବାସ୍ତବ ବ୍ୟୁରୋ: ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ୍ ସୁଇଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ମୋଙ୍ଗି ଜି. ବାଭେଣ୍ଡି, ଲୁଇସ୍ ଇ. ବ୍ରୁସ୍ ଏବଂ ଆଲେକ୍ସି ଆଇ. ଆକିମୋଭଙ୍କୁ ୨୦୨୩ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। କ୍ୱାଣ୍ଟମ ଡଟ୍ ଆବିଷ୍କାର ଏବଂ ସଂଶ୍ଳେଷଣ ପାଇଁ ଏହି ଗବେଷକମାନଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି ।

ମୋଙ୍ଗି ଜଣେ ଟ୍ୟୁନିସିଆ ବଂଶୋଦ୍ଭବ ଫରାସୀ ବୈଜ୍ଞାନିକ ହୋଇଥିବାବେଳେ ବ୍ରୁସ ଆମେରିକାର କଲମ୍ବିଆ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର । ଅନ୍ୟପକ୍ଷରେ ଏକିମୋଭ ଜଣେ ରୁଷୀୟ ବୈଜ୍ଞାନିକ ।

ଚଳିତ ବର୍ଷ ଏପର୍ଯ୍ୟନ୍ତ ତିନୋଟି ବର୍ଗରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ସୋମବାର ଚିକିତ୍ସାବିଜ୍ଞାନ ବା ମେଡିସିନ୍ କ୍ଷେତ୍ରରେ କ୍ୟାଟଲିନ୍ କାରିକୋ ଏବଂ ଡ୍ରୁ ୱିସ୍ମ୍ୟାନଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଥିଲା । ଗତକାଲି ଅର୍ଥାତ୍ ମଙ୍ଗଳବାର (ଅକ୍ଟୋବର ୩) ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଥିଲା। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ପିଏରେ ଅଗଷ୍ଟିନୀ ଫେରେନ୍ସ କ୍ରାଉସ୍ ଏବଂ ଆନ୍ ଲ’ହୁଲିୟରଙ୍କୁ ଘୋଷଣା କରାଯାଇଛି ଏବଂ ଆଜି ରସାୟନ ବିଜ୍ଞାନ କ୍ଷେତ୍ରରେ ପୁରସ୍କାର ଘୋଷଣା କରାଯାଇଛି।

ସେୟାର କରନ୍ତୁ

Next Post

ଜନ୍ ଫୋସେଙ୍କୁ ସାହିତ୍ୟରେ ନୋବେଲ୍‌

Thu Oct 5 , 2023
 ୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ନରଓ୍ବେର ଲେଖକ ଓ ନାଟ୍ୟକାର ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟକହୋମଠାରେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କ ନାଟକ ଓ ଗଦ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବ​ଳ ଓ ଅବହେଳିତ ବର୍ଗଙ୍କ […]

You May Like

Breaking News

Pin It on Pinterest