ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ବାସ୍ତବ ବ୍ୟୁରୋ: ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବି‌ରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି।

ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ବ୍ୟକ୍ତିଗତ ସ୍ତରରେ ବହୁ ଭାବରେ ସଂଗ୍ରାମ କରିଛନ୍ତି। ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ୧୩ଥର ଗିରଫ ହୋଇଛନ୍ତି, ପାଞ୍ଚ ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ମୋଟ ୩୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ନର୍ଗିସ ମହମ୍ମଦୀ ତେହେରାନର ଇଭିନ ଜେଲରେ ଅନେକ ବର୍ଷ ହେଲାଣି ଜେଲ ଦଣ୍ଡ ଭୋଗୁଛନ୍ତି।

ନର୍ଗିସ ମହମ୍ମଦୀ ହେଉଛନ୍ତି ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର(ଡିଏଚଆରସି)ର ଉପାଧ୍ୟକ୍ଷା। ସେ ଇସଲାମିକ ଦେଶ ଇରାନରେ ମୃତ୍ୟୁଦଣ୍ଡକୁ ଶେଷ କରିବା ଏବଂ ବନ୍ଦୀମାନଙ୍କ ଅଧିକାର ପାଇଁ ଲଢ଼ିଥିଲେ। ଏହି ଅବଧି ମଧ୍ୟରେ ତାଙ୍କୁ ଅନେକ ଥର ଜେଲ ଯିବାକୁ ପଡିଥିଲା। ଏବେ ବି ସେ ଜେଲ ଦଣ୍ଡ ଭୋଗୁଥିବା ଜଣାପଡ଼ିଛି।

ସେୟାର କରନ୍ତୁ

Next Post

ବିଧାନସଭା ପରିସରରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ….

Mon Oct 9 , 2023
ଆଦିତ୍ଯ ବେହେରା(ଭୁବନେଶ୍ବର):୦୯୵୧୦- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ପୁଣ୍ୟ ଜନ୍ମତିଥି ଅବସରରେ ବିଧାନସଭା ପରିସରରେ,ଆୟୋଜିତ ଜୟନ୍ତୀ ଉତ୍ସବରେ,ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ,ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ,ସଂସଦୀୟ ବ୍ୟାପାର,ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ,ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ,ଶ୍ରୀ ଅନନ୍ତ ନାରାୟଣ ଜେନା,ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥୀ ପ୍ରମୁଖ ଉପସ୍ଥିତ ରହି, ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ […]

You May Like

Pin It on Pinterest