ସମ୍ମିଳନୀ କେନ୍ଦ୍ରରେ ବିସ୍ଫୋରଣ…

ଆଜି ସକାଳୁ ଏର୍ଣ୍ଣାକୁଲମ ସ୍ଥିତ କନ୍‌ଭେନସନ୍‌ ହଲରେ ଖ୍ରୀଷ୍ଟ ଧର୍ମାବଳମ୍ବିଙ୍କ ପ୍ରାର୍ଥନା ଚାଲିଥିଲା। ଏତିକିବେଳେ ଭୟଙ୍କର ବିସ୍ଫୋରଣରେ ଦୋହଲି ଉଠିଥିଲା ପୂରା କନ୍‌ଭେନ୍‌ସନ ହଲ୍‌। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଆହତଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି। କେରଳର ଏର୍ଣ୍ଣାକୁଲମ କଲାମାସେରିରେ ଘଟିଛି ଏଭଳି କିଛି ଘଟଣା।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, କଲାମାସେରି ସ୍ଥିତ ଏହି କନ୍‌ଭେସନ୍‌ ସେଣ୍ଟରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ଆଜି ଶେଷ ଦିନ ଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ। ଏତିକି ବେଳେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଘଟିବା ସମୟରେ ଉକ୍ତ କନ୍‌ଭେନସନ୍‌ ହଲରେ ଦୁଇ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ।

ବିସ୍ଫୋରଣ ପାଇଁ ଆଇଇଡି ଓ ଇନ୍‌ସେଣ୍ଡିୟରୀ ଡିଭାଇସ୍‌ର ବ୍ୟବହାର କରାଯାଇଥିଲା। ଏହି ବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେ ଲୁଚାଇ ରଖାଯାଇଥିଲା ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ।

ପୁଲିସ ସୂଚନା ମୁତାବକ, ଏଠାରେ ଲଗାତର ତିନି ଥର ବିସ୍ଫୋରଣ ହୋଇଛି। ୯.୩୦ରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଏହାପରେ ଆଉ ଦୁଇଟି ବିସ୍ଫୋରଣ ହୋଇଥିଲା। ଫଲରେ ଲୋକେ ଭୟଭୀତ ହୋଇପଡିଥିଲେ, ଏଣେ ତେଣେ ଦୌଡିବାକୁ ଲାଗିଥିଲେ। ବିସ୍ଫୋରଣ ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଏନଆଇଏ, ଓ କେରଳ ପୁଲିସ। କେହି ଯେପରି ଜାଣିନପାରିବେ ଏଥିପାଇଁ ବୋମାଗୁଡିକୁ ଟିଫିନ୍ ଭିତରେ ରଖାଯାଇଥିଲା। ଏହି ସିରିଜ ବିସ୍ଫୋରଣର ତଦନ୍ତ ଏନ୍‌ଆଇ ଓ ଏନ୍‌ଏସ୍‌ଜି କରୁଛନ୍ତି।

ବିସ୍ଫୋରଣ ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ବିସ୍ଫୋରଣରେ ଆହାତ ହୋଇଥିବା ଲୋକଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁ କହିଛନ୍ତି।

ଅନ୍ୟପଟେ ଏହି ବିସ୍ଫୋରଣ ଖବର ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ।

ସେୟାର କରନ୍ତୁ

Next Post

ଓଡିଶା-ଆନ୍ଧ୍ର ସୀମାରେ ବଡ ଟ୍ରେନ୍ ଦୁର୍ଘଟଣା

Sun Oct 29 , 2023
ବାସ୍ତବ ବ୍ୟୁରୋ: ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିଶାଖାପାଟଣାଠାରୁ ରାୟଗଡା ଆସୁଥିବା ଏକ୍ସପ୍ରେସ ଟ୍ରେନ୍ ସିଗନାଲ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ରହିଥିଲା । ସେତିକି […]

You May Like

Pin It on Pinterest