
ବାସ୍ତବ ବ୍ୟୁରୋ: ଦୀପାବଳି ଅବସରରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଆଜି ସକାଳୁ ହିମାଚଳପ୍ରଦେଶର ଲେପଚାରେ ପହଂଚିଥିଲେ ମୋଦୀ । ସେଠାରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ।
ଏହାର ଫଟୋ ସେ ଟ୍ୱିଟ୍ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସେ ବାହାଦୂର ଯବାନଙ୍କ ସହ ଦୀପାବଳି ପାଳନ କରୁଛି । ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ଦୀପାବଳି ପାଳନ କରିଆସୁଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଯବାନମାନେ ପ୍ରତ୍ୟେକ ଆହ୍ବାନର ସାମ୍ନା କରିବାକୁ ସକ୍ଷମ । ଯେପର୍ଯ୍ୟନ୍ତ ମୋର ସାହସୀ ବନ୍ଧୁମାନେ ହିମାଳୟ ପରି ସ୍ଥିର ହୋଇ ରହିଛନ୍ତି ସେ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଅଛି । ଆପଣଙ୍କ ସେବା ହେତୁ ଭାରତ ସୁରକ୍ଷିତ ଅଛି ଏବଂ ବିକାଶ ପଥରେ ଆଗେଇ ଚାଲିଛି । ଅମୃତକାଳର ଏକ ବର୍ଷ ମଧ୍ୟରେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେଲା, ଆମେ ଆଦିତ୍ୟ ଏଲ୧ ଲଞ୍ଚ କଲୁ, କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଆଗରେ ରହିଛି । ମୋ ପାଇଁ ଯେଉଁଠାରେ ମୋର ଭାରତୀୟ ସେନା ଅଛନ୍ତି, ଯେଉଁଠାରେ ମୋ ଦେଶର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି, ତାହା ଏକ ମନ୍ଦିରଠାରୁ କମ୍ ନୁହେଁ। ଆପଣମାନେ ଯେଉଁଠି, ମୁୁଁ ସବୁ ପର୍ବ ସେଇଠି ପାଳନ କରିବି ।



