ରିଜର୍ଭ ବ୍ୟାଙ୍କର ତ୍ରୈମାସିକ ମୁଦ୍ରାନୀତି ଘୋଷଣା; ଅପରିବର୍ତ୍ତିତ ରହିଲା ରେପୋ ରେଟ୍ 

ବାସ୍ତବ ବ୍ୟୁରୋ: ‘ରୋପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

ଏଥର ବି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନାହିଁ RBI। କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ସ୍ଥିର ରହିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉ କି, ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ କରିଥିଲା ଆରବିଆଇ। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଫେବ୍ରୁଆରୀରେ ରେପୋ ରେଟ୍ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।

ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ହ୍ରାସ ପାଇଁ ଅପେକ୍ଷା କରିଥିବା ଲୋକେ ନିରାଶ ହୋଇଛନ୍ତି। ପରବର୍ତ୍ତୀ ଲୋନର EMI ହ୍ରାସ ପାଇଁ ସେମାନଙ୍କୁ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। 

ସେୟାର କରନ୍ତୁ

Next Post

ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା

Fri Dec 8 , 2023
ବାସ୍ତବ ବ୍ୟୁରୋ: ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜୋରମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟ ଲାଲଦୁହୋମା ଆଜି ଶପଥ ନେଇଛନ୍ତି। ଦଳର ନବ ନିର୍ବାଚିତ ବିଧାୟକ ଭାନଲାଲୁରୁତା ମଧ୍ୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)ର ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଉପସ୍ଥିତ ଥିଲେ। କେବଳ ବିଦାୟୀ ମୁଖ୍ୟମନ୍ତ୍ରୀ ନୁହଁନ୍ତି, MNF ଦଳର ସମସ୍ତ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ […]

You May Like

Pin It on Pinterest