ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଲାଲଦୁହୋମା

ବାସ୍ତବ ବ୍ୟୁରୋ: ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜୋରମ ପିପୁଲ୍ସ ମୁଭମେଣ୍ଟ ମୁଖ୍ୟ ଲାଲଦୁହୋମା ଆଜି ଶପଥ ନେଇଛନ୍ତି। ଦଳର ନବ ନିର୍ବାଚିତ ବିଧାୟକ ଭାନଲାଲୁରୁତା ମଧ୍ୟ ରାଜ ଭବନରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)ର ବିଦାୟୀ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ଉପସ୍ଥିତ ଥିଲେ।

କେବଳ ବିଦାୟୀ ମୁଖ୍ୟମନ୍ତ୍ରୀ ନୁହଁନ୍ତି, MNF ଦଳର ସମସ୍ତ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ। 

ଗତ ସୋମବାରର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ୪୦ଟି ଆସନ ବିଶିଷ୍ଟ ଏହି ବିଧାନସଭାରେ ମ୍ୟାଜିକ୍ ନଂ ୨୧ ଥିବାବେଳେ ୨୭ଟି ସିଟ୍ ସହ ବିଜୟୀ ହୋଇଥିଲା ZPM। ଏହାପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବା ନେଇ ପ୍ରସ୍ତାବ ଦେଇଥିଲେ ପାର୍ଟି ମୁଖ୍ୟ ଲାଲଦୁହୋମା। ରାଜ୍ୟପାଳଙ୍କ ଅନୁମତି ଏବଂ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରେମେ ମୁଖ୍ୟମନ୍ତ୍ରୀ ଭାବେ ଲାଲଦୁହୋମା ଶପଥ ନେଇଛିନ୍ତି।

ସେୟାର କରନ୍ତୁ

Next Post

ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

Sun Dec 10 , 2023
ବାସ୍ତବ ବ୍ୟୁରୋ : ବହୁଜନ ସମାଜ ପାର୍ଟି (BSP) ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଜି ତାଙ୍କ ରାଜନୀତିକ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦ (୨୮)ଙ୍କୁ ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ଲକ୍ଷ୍ମୌରେ ଆଜି ବସିଥିବା ଦଳୀୟ ବୈଠକରେ ମାୟାବତୀ ଏହି ଘୋଷଣା କରିଛନ୍ତି। ଆନନ୍ଦ ହେଉଛନ୍ତି ମାୟାବତୀଙ୍କ ସାନ ଭାଇ ଆନନ୍ଦ କୁମାରଙ୍କ ପୁଅ। ୨୦୧୯ରେ ମାୟାବତୀ ତାଙ୍କ […]

You May Like

Pin It on Pinterest