ମୋହନ ଯାଦବ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ

ବାସ୍ତବ ବ୍ୟୁରୋ: ଆଜି ବିଜେପି ବିଧାୟକ ଦଳର ନେତା ଭାବେ ମୋହନ ଯାଦବ ମନୋନୀତ ହୋଇଛନ୍ତି। ବିଧାୟକ ଦଳ ନେତା ଭାବେ ଶ୍ରୀ ଯାଦବ ଏବେ ରାଜ୍ୟପାଳଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି ଜଣାଇବେ। ଫଳରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ସେହିପରି ଜଗଦୀଶ ଦେଭଡା ଓ ରାଜେନ୍ଦ୍ର ଶୁକ୍ଳା ମଧ୍ୟପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

୨୦୨୩ ବିଧାନସଭା ନିର୍ବାଚନରେ ଶ୍ରୀ ଯାଦବ ଉଜ୍ଜୟୀନ ଦକ୍ଷିଣ ଆସନରୁ ଜିତିଛନ୍ତି। ମୋହନ ୧୨,୯୪୧ ଖଣ୍ଡ ଭୋଟରେ କଂଗ୍ରେସର ଚେତନ ଯାଦବଙ୍କୁ ପରାସ୍ତ କରିଥିଲେ। ସେ ଏଥରକୁ ମିଶାଇ କ୍ରମାଗତ ୩ୟ ଥର ପାଇଁ ବିଧାନସଭାକୁ ଯାଇଛନ୍ତି। ଦଳର ଅନ୍ୟତମ ବରିଷ୍ଠ ନେତା ଭାବେ ୫୮ ବର୍ଷୀୟ ମୋହନ ଯାଦବ ବେଶ ପରିଚିତ।

ମୋହନ ଯାଦବଙ୍କ ରାଜନୀତିକ କ୍ୟାରିୟର ୨୦୧୩ରେ ଆରମ୍ଭ ହୋଇଥିଲା। ସେ ୨୦୧୩ରେ ପ୍ରଥମଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୨୦୧୮ ଓ ଏବେ ୨୦୨୩ ବିଧାନସଭା ନିର୍ବାଚନରେ ମଧ୍ୟ ସେ ଜିତିଛନ୍ତି। ରାଜ୍ୟ ରାଜନୀତିରେ ଯାଦବ ସଂପ୍ରଦାୟର ପ୍ରଭାବ ବେଶ ଅଧିକ ରହିଛି। ୨୦୨୦ ଜୁଲାଇ ୨ରେ ସେ ଶିବରାଜ ସିଂହ ଚୌହାନଙ୍କ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମୋହନ ଯାଦବ କ୍ୟାବିନେଟ ମନ୍ତ୍ରୀ ହେବାରୁ ବିଜେପିର ଯାଦବ ଭୋଟ ବ୍ୟାଙ୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥିଲା। ଶିବରାଜଙ୍କ ସରକାରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ। 

ସେୟାର କରନ୍ତୁ

Next Post

୨ ଜାନୁଆରୀ ରୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା

Tue Dec 12 , 2023
ବାସ୍ତବ ବ୍ୟୁରୋ: ଜାନୁଆରୀ ୨ ତାରିଖରୁ +୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ। ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ। ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍ ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ- ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା […]

You May Like

Pin It on Pinterest