ଚୀନରେ ବଡ଼ ଧରଣର ଭୂକମ୍ପରେ ୧୧୧ ମୃତ, ୨୩୦ରୁ ଅଧିକ ଆହତ…

ବାସ୍ତବ ବ୍ୟୁରୋ: ଚୀନରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଗତକାଲି ବିଳମ୍ବିତ ରାତ୍ରିରେ ଚୀନର ଗାଂନସୁ-କିଙ୍ଘାଇ ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଅଞ୍ଚଳରେ ଭୂମୀକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

କେନ୍ଦ୍ରସ୍ଥଳରେ ଭୂକମ୍ପ ତୀବ୍ରତା ୬.୧  ରହିଥିବା କୁହାଯାଉଛି। କିନ୍ତୁ ଚୀନା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬.୨ ମ୍ୟାଗ୍ୟୁଚ୍ୟୁଡର ଝଟକା ଲାଗିଛି। ଲୋକମାନେ ଘରେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଶତାଧିକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲା। ଉଦ୍ଧାରକାରୀ ଟିମ୍ ପହଞ୍ଚି ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।  

ବିପର୍ଯ୍ୟୟ ନିରାକରଣ, ହ୍ରାସ ଏବଂ ରିଲିଫ ପାଇଁ ଚୀନ୍‌ର ଜାତୀୟ ଆୟୋଗ ଏବଂ ଜରୁରୀକାଳୀନ ପରିଚାଳନା ମନ୍ତ୍ରଣାଳୟ ରିଲିଫ୍ ବ୍ୟବସ୍ଥା ଯୋଗାଇ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। 

ସେୟାର କରନ୍ତୁ

Next Post

'ଏକ୍ସ' ସର୍ଭର ଡାଉନ୍‌

Thu Dec 21 , 2023
ବାସ୍ତବ ବ୍ୟୁରୋ : ସାରା ବିଶ୍ୱରେ ସୋସିଆଲ ମିଡ଼ିଆ ‘ଏକ୍ସ’ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି। ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖିପାରୁନାହାନ୍ତି ବ୍ୟବହାରକାରୀ। ସର୍ଭର ଡାଉନ୍‌ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି। ପ୍ରାୟ ଦିନ ୧୧ଟାରୁ ସର୍ଭର ଡାଉନ୍‌ ରହିଛି। ମାଇକ୍ରୋ ବ୍ଲଗିଂଗ ସାଇଟ ‘ଏକ୍ସ’ର ସର୍ଭର ଡାଉନ୍‌ ପରେ ସୋସିଆଲ ମିଡିଆ ୟୁଜର୍ସ ଅସୁବିଧାରେ ପଡ଼ିଛନ୍ତି। ମୋବାଇଲ ଓ ଡେସ୍କଟପ୍‌ରେ […]

You May Like

Pin It on Pinterest