ଜାନୁଆରି ୨୨ରେ ଅଧା ଦିନର ଛୁଟି ଘୋଷଣା କଲେ କେନ୍ଦ୍ର ସରକାର

ବାସ୍ତବ ବ୍ୟୁରୋ: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ ଜାନୁଆରି ୨୨ ତାରିଖ‌ରେ ସମ୍ପୂର୍ଣ୍ଣ ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି କି, କର୍ମଚାରୀଙ୍କ ଭାବନା ଓ ସେମାନଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ଦେଶରେ ଅଧାଦିନର ଛୁଟି ଘୋଷଣା କରିଛନ୍ତି।

କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ‘ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଅବସରରେ ସମ୍ପୂର୍ଣ୍ଣ ଭାରତରେ ସମସ୍ତ ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥା ଓ କେନ୍ଦ୍ରୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଜାନୁଆରି ୨୨ ତାରିଖ ଦ୍ବିପହର ୨.୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ଅର୍ଥାତ ଅଧାଦିନ ପର୍ଯ୍ୟନ୍ତ ଛୁଟି ରହିବ। ଏହା ଏଥିପାଇଁ ନିଷ୍ପତ୍ତି ନିଆଯାଇଛି କି ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧାପ୍ରସାରଣକୁ ଜନସାଧାରଣ ସୁବିଧାରେ ଦେଖି ପାରିବେ।

ଜାନୁଆରି ୨୨କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରୀମାନଙ୍କୁ ଦୀପାଳି ଭଳି ଉତ୍ସବ ପାଳନ ପାଇଁ କହିଛନ୍ତି। କେବଳ ଏତିକି ନୁହେଁ ଲୋକଙ୍କୁ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଦିନ ଘରେଘରେ ଦୀପ ଜାଳିବା ପାଇଁ କୁହାଯାଇଛି। ଏଥିସହିତ ମନ୍ତ୍ରୀମାନଙ୍କୁ ନିଜନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଜାନୁଆରି ୨୨ ତାରିଖ‌ ପରେ ଟ୍ରେନଯୋଗେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରାଇବାକୁ କୁହାଯାଇଛି।

ସେୟାର କରନ୍ତୁ

Next Post

ସିଡ଼ିପି ଯୋଜନା ପରିବା ଚାଷରେ ରେ କୋଟିଏ ଟଙ୍କାର ଆତ୍ମ ସାତ ଅଭିଯୋଗ ଭିଜିଲାନ୍ସ ତଦନ୍ତ ଦାବି...

Thu Jan 18 , 2024
ସନ୍ତୋଷ ପାତ୍ର(ନର୍ଲା)୧୮/୦୧/୨୩: କଳହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ୍ ଗ୍ରାମ ପଞ୍ଚାୟତ କେନ୍ଦୁ ବାହାଲି , ମହ ଗାଁ , ପଲମ ଆଦି ଗ୍ରାମରେ ୨୦୨୦-୨୧ ମସିହାରୁ ସିଡିପି ଯୋଜନା ରେ ଚାଷୀ ଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବା ନିମନ୍ତେ ଉଦ୍ୟାନ ବିଭାଗ ଜରିଆରେ ମେଗା ଲିଫ୍ଟ ଅଧିନସ୍ଥ ପରିବା ଚାଷୀ ମାନଙ୍କୁ ପ୍ରତି ଚାଷୀ ଙ୍କୁ ୫୦ ଡିସିମିଲ ପରିବା ଚାଷ ପାଇଁ ୨୨ ହଜାର ଟଙ୍କା […]

You May Like

Pin It on Pinterest