ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର

ବାସ୍ତବ ବ୍ୟୁରୋ : ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ନୀତୀଶଙ୍କ ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। କୁଶୱା ଜାତିର ଏବଂ ବିହାର ବିଜେପି ସଭାପତି ହେଉଛନ୍ତି ସମ୍ରାଟ ଚୌଧୁରୀ। ସେ ଭେଟେରାନ ନେତା ଶକୁନି ଚୌଧୁରୀଙ୍କ ପୁଅ ଅଟନ୍ତି। ସେହିଭଳି ଲାଖୀସରାଇ ଆସନରୁ ଚାରିଥର ବିଧାୟକ ହୋଇଥିବା ବିଜୟ ସିହ୍ନା ଭୁମିହାର ଜାତିର ପ୍ରତିନିଧିତ୍ୱ କରନ୍ତି। ସେ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପୂର୍ବ ସରକାରରେ ଶ୍ରମ ମନ୍ତ୍ରୀ ଥିଲେ।

ସେହିପରି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ, ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂହ ଶପଥ ନେଇଛନ୍ତି। JDU ଓ ବିଜେପିରୁ ୩ ଜଣ ଲେଖାଏଁ, HAMରୁ ଜଣେ ଓ ଜଣେ ସ୍ୱାଧିନ ବିଧାୟକ ଶପଥ ନେଇଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଆଜି ସକାଳେ ନୀତୀଶ କୁମାର ମହାମେଣ୍ଟ ସରକାର ଭାଙ୍ଗି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହପରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଏନ୍‌ଡିଏ ସହ ମିଶି ସରକାର ଗଠନ କରିବାକୁ ଦାବି କରିଥିଲେ। 

ବିହାରରେ ସରକାର ଗଠନ ପାଇଁ କେବଳ ୧୨୨ ଜଣ ବିଧାୟକ ଆବଶ୍ୟକ। ତେବେ ନୂଆ ସରକାର ଗଢ଼ିବା ପାଇଁ ନୀତୀଶଙ୍କୁ ୧୨୮ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ୭୮ ବିଜେପି, ୪୫ ଜେଡିୟୁ, ୪ HAM (ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା) ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଜଣାଇଛନ୍ତି।

ସେୟାର କରନ୍ତୁ

Next Post

ଜନତା ଦରବାରରେ କଂଗ୍ରେସ ନେତା ନରସିଂହଙ୍କ ଘୋଷଣା...

Sun Jan 28 , 2024
ବଲାଙ୍ଗୀର(ବିମଲ ଯୋଶୀ):ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଗାମୀ ନିର୍ବାଚନ ଲଢିବେନାହିଁ। ତେବେ ରାଜନୀତି ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନରସିଂହ । ସେ ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ଏହି ଘୋଷଣା କରିଛନ୍ତି । ଆଗାମୀ ୫ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ କେଉଁ ପ୍ରସଙ୍ଗ ଉଠାଯିବ,ସେ ନେଇ ଲୋକଙ୍କ ସହ ଆଲୋଚନା କରିବାକୁ ବଲାଙ୍ଗୀରର […]

You May Like

Pin It on Pinterest