ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ…

ବାସ୍ତବ ବ୍ୟୁରୋ: ଶୁକ୍ରବାର ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପାଇ ସୋରେନ । ରାଂଚିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପାଇଙ୍କୁ ଗୋପନୀୟତା ଓ ପଦର ଶପଥପାଠ କରାଇଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବିଧାୟକ ଆଲାମଗିର ଆଲାମ (କଂଗ୍ରେସ) ଏବଂ ସତ୍ୟନନ୍ଦ ଭୋକତା (ଆରଜେଡି) ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜମି ଦୁର୍ନୀତି ମାମଲାରେ ହେମନ୍ତ ଚାରିପଟୁ ଫସିବା ପରେ ଜେଏମଏମ ବିଧାୟକ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କ ନାଁ ମୁଖ୍ୟମନ୍ତ୍ରୀଭାବେ ପ୍ରସ୍ତାବ ଦେଇଥିଲେ । ବିଧାୟକ ଦଳନେତା ଭାବେ ନିର୍ବାଚିତ ଜେଏମଏମର ଏହି ଟାଣୁଆ ନେତା । ତେବେ ୧୦ଦିନ ମଧ୍ୟରେ ଚମ୍ପାଇଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ହେବ ।

ଅନ୍ୟପଟେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ କହିଛନ୍ତି ଯେ ହେମନ୍ତ ସୋରେନ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। ମୁଁ ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବି, ଲୋକଙ୍କ ଆକାଂକ୍ଷା ପୂରଣ ଦିଗରେ ଆମେ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିବୁ | ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ବିରୋଧୀଙ୍କ ଉଦ୍ୟମକୁ ଆମ ସହଯୋଗୀ ଦଳର ଏକତା ନଷ୍ଟ କରିଦେଇଛି।

ସୂଚନା ମୁତାବକ ଫେବୃଆରୀ ୯ ରେ ବିଧାନସଭାରେ ଚମ୍ପାଇ ସୋରେନ୍ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ବିଧାନସଭାର ବଜେଟ୍ ଅଧିବେଶନ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଥିବାବେଳେ ଏହି ଦିନ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ହେବ ।

ସେୟାର କରନ୍ତୁ

Next Post

'ଭାରତ ରତ୍ନ'ରେ ସମ୍ମାନିତ ହେବେ ଭେଟରାନ ରାଜନେତା ଲାଲକୃଷ୍ଣ ଆଡଭାନୀ

Sat Feb 3 , 2024
ବାସ୍ତବ ବ୍ୟୁରୋ: ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀ। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।  ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନିତ କରାଯିବା ନେଇ ଶେଆର କରି ଖୁବ୍ ଖୁସିବ୍ୟକ୍ତ କରିଛନ୍ତି।  ‘ଆଡଭାନୀଜୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା’ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି […]

You May Like

Pin It on Pinterest