ବାସ୍ତବ ବ୍ୟୁରୋ-ଆଜି ସକାଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ବୈଠକରେ ଦେଶରେ ଲକଡାଉନ ଅବଧି ବୃଦ୍ଧି କରିବା ପ୍ରସଙ୍ଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତାମତ ନେଇଥିଲେ ମୋଦି । ଏଥିସହ ବୈଠକ ଶେଷ ପରେ ମୋଦି କହିଛନ୍ତି ଯେ, ରାଜ୍ୟ ସରକାର ଏହାର ନୀତି ପ୍ରସ୍ତୁତ କରିବା ଉଚିତ ଏବଂ ପରିସ୍ଥିତିକୁ ନଜରରେ ରଖି ନିଜ ନିଜ ଅଂଚଳରେ ତାଲାବନ୍ଦ କଟକଣା କୋହଳ କରିବାର ନିଷ୍ପତି ନେଇପାରିବେ ଏବଂ ତିନୋଟି ଜୋନରେ ତଥା ରେଡ୍, ଗ୍ରୀନ୍ ଏବଂ ଅରେଂଜ ଜୋନରେ ନିଜ ନିଜ ଅଂଚଳକୁ ବିଭକ୍ତ କରି ଏଠାରୁ କଟକଣା କୋହାଳ କରିପାରିବେ ।

ସେହିଭଳି ଯେଉଁ ରାଜ୍ୟରେ ଅଧିକ ମାମଲା ଅଛି ସେଠାରେ ଲକଡାଉନ୍ ଜାରି ରହିବ ଏବଂ ଯେଉଁଠାରେ କମ୍ ମାମଲା ଅଛି ସେହି ଜିଲ୍ଲାଗୁଡିକରେ ତାଲାବନ୍ଦ କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଆମର ଅର୍ଥନୀତି ଉପରେ ଏ ପର୍ଯ୍ୟନ୍ତ କୌଣସି ବଡ଼ ପ୍ରଭାବ ପଡ଼ିନାହିଁ, ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଏହା ସହ ଭିଡିଓ କନେଫେରେନ୍ସିଂ ଜରିଆରେ ୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସେ ସଂକ୍ରମଣ ଦ୍ୱାରା ଦେଶର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ମେ ୩ ପରେ ମଧ୍ୟ ଲକଡାଉନ ଜାରି ରହିବ ବୋଲି କହିଛନ୍ତି । ତେବେ ଏହି ଭିଡିଓ କନେଫେରେନ୍ସିଂ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନେ ୧୦ଟି ପଏଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେଇଥିବାର ଦେଖାଯାଇଥିଲା ।
ସେ ୧୦ଟି ପଏଣ୍ଟଗୁଡିକ ହେଲା..
. ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ବନ୍ଦ ରହିବାର ସମ୍ଭାବନା ରହିଛି ଏବଂ ଧାର୍ମିକ ସଭା ଏବଂ ମଣ୍ଡଳୀ ଉପରେ ପ୍ରତିବନ୍ଧକ ମଧ୍ୟ ଜାରି ରହିବ ।
.ବୈଠକରେ ୯ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ପାଞ୍ଚ ଜଣ କହିଥିଲେ ଯେ, ଲକଡାଉନକୁ ମେ ୩ପରେ ଉଠାଇଦେବା ଉଚିତ। ହେଲେ ଅନ୍ୟମାନେ କୋଭିଡ-୧୯ ବିସ୍ତାରକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହାକୁ ବଢାଇବା ସପକ୍ଷରେ ନିଜର ମତ ରଖିଥିଲେ ।
.ଯେଉଁମାନେ ଲକଡାଉନ୍ ଜାରି ରଖିବାକୁ କହିଥିଲେ ସେମାନଙ୍କ ମଧ୍ୟରେ ମେଘାଳୟ ରହିଥିଲା ।
. ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି, “ସବୁଜ ଜୋନ୍ ଖୋଲାଯିବ, କିନ୍ତୁ ଲୋକମାନଙ୍କ ମଧ୍ୟରେ ଲକଡାଉନର ମାନସିକତା ଜାରି ରହିବା ଦରକାର । ଆମକୁ ସାମାଜିକ ଦୂରତା ଭଳି ନୂତନ ନିୟମ ସହ ଲୋକଙ୍କୁ ପ୍ରସ୍ତୁତ କରିବା ଉଚିତ୍ ।”
.କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ୍ ଏହି ବୈଠକରେ ନିଜେ ନ ରହି ରାଜ୍ୟର ପ୍ରତିନିଧିତ୍ୱ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ପଠାଇଥିଲେ ।
. ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆମକୁ ଅର୍ଥନୀତିକୁ ଗୁରୁତ୍ୱ ଦେବା ସହିତ କୋଭିଡ-୧୯ ବିରୋଧରେ ଲଢେଇ ଜାରି ରଖିବାକୁ ହେବ।
. ପ୍ରଧାନମନ୍ତ୍ରୀ “ଦୋ ଗଜ ଦୂରି (ଛଅ ଫୁଟ ବ୍ୟବଧାନ)”ର ମନ୍ତ୍ର ଅନୁସରଣ କରିବା ଉପରେ ଗୁରୁତ୍ୱାରୋପ କରିବା ସହ ଆଗାମୀ ଦିନରେ ମାସ୍କଗୁଡ଼ିକ ଆମ ଜୀବନର ଏକ ଅଂଶ ହୋଇ ରହିବ ବୋଲି କହିଥିଲେ ।
. ନାରଙ୍ଗୀ ଏବଂ ସବୁଜ ଜୋନରେ ଥିବା ଜିଲ୍ଲା ଗୁଡିକରେ ଅର୍ଥନୈତିକ କାର୍ଯ୍ୟକଳାପ ଖୋଲିବାର ସମ୍ଭାବନା ଅଛି, ଯେଉଁଠି ବହୁତ କମ୍ କରୋନା ରୋଗୀ ଅଛନ୍ତି ବା ଆଦୌ ନାହାନ୍ତି ।
. ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ପ୍ରଥମେ ଲାଲ୍ ଜୋନ୍ ଗୁଡିକ କମଳା ଏବଂ ପରେ ସବୁଜ ଜୋନରେ ପରିଣତ କରିବାର ପାଇଁ ଉଦ୍ୟମ କରିବା ଆବଶ୍ୟକ ।
. ଘରୋଇ କାରଗୁଡିକ ପ୍ରତିବନ୍ଧକ ସହିତ ଚଳାଚଳ ପାଇଁ ଅନୁମତି ଦିଆଯାଇପାରେ କିନ୍ତୁ ସାଧାରଣ ପରିବହନ ଉପରେ ପ୍ରତିବନ୍ଧକ ଜାରି ରହିବ ।




