ମିଶନ ‘ଗଗନଯାନ’ : ମହାକାଶକୁ ଯିବେ ୪ ମହାକାଶଚାରୀ

ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ଗୃପ୍ ରେ ଅଛନ୍ତି ଗୃପ୍ କ୍ୟାପଟେନ୍ ପ୍ରଶାନ୍ତ ନାର, ଅଜିତ କ୍ରିଷ୍ଣା, କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା । ଏମାନଙ୍କ ଗୃପ୍ ର ନାଁ ଆଷ୍ଟ୍ରୋନଟ ୱିଙ୍ଗ ରହିଛି । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ।

ଏହି ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରଥମ ଭାରତୀୟ ହେବେ ଯେଉଁମାନେ ସ୍ବଦେଶର ମହାକାଶ ଯାନରେ ମହାକାଶକୁ ଯିବେ। ଏହି ଚାରିଜଣ ମହାକାଶଚାରୀମାନେ ରୁଷ୍‌ରେ ବ୍ୟାପକ ତାଲିମ ନେଇଛନ୍ତି। ବର୍ତ୍ତମାନ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି। ଗଗନଯାନ ମାଧ୍ୟମରେ ପ୍ରଥମେ ଏକ ରୋବଟ୍ ବ୍ୟୋମମିତ୍ର ମହାକାଶକୁ ପଠାଯିବ। ଏହା ସଫଳ ହେବା ପରେ ୨୦୨୫ ଏହି ଚାରି ଜଣ ବାୟୁସେନା ଅଧିକାରୀ ମହାକାଶକୁ ଯାତ୍ରା କରିବେ। 

ସେୟାର କରନ୍ତୁ

Next Post

ଝାଡଖଣ୍ଡ ଜାମତାରାରେ ଯାତ୍ରୀଙ୍କ ଉପରେ ମାଡ଼ି ଗଲା ଟ୍ରେନ; ୧୨ ଜଣଙ୍କ ମୃତ୍ୟୁ

Wed Feb 28 , 2024
ବାସ୍ତବ ବ୍ୟୁରୋ: ଝାଡଖଣ୍ଡ ଜାମତାରାରେ ଟ୍ରେନ୍ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଝାଡଖଣ୍ଡର କାଲାଝରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨ଟି ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ସହ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ମିଳିଥିବା ସୂଚନା […]

You May Like

Pin It on Pinterest