ଝାଡଖଣ୍ଡ ଜାମତାରାରେ ଯାତ୍ରୀଙ୍କ ଉପରେ ମାଡ଼ି ଗଲା ଟ୍ରେନ; ୧୨ ଜଣଙ୍କ ମୃତ୍ୟୁ

ବାସ୍ତବ ବ୍ୟୁରୋ: ଝାଡଖଣ୍ଡ ଜାମତାରାରେ ଟ୍ରେନ୍ ମାଡିଯିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଝାଡଖଣ୍ଡର କାଲାଝରିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୨ଟି ମୃତଦେହ ଉଦ୍ଧାର ହୋଇଥିବାର ସୂଚନା ମିଳିଛି । ଘଟଣା ସ୍ଥଳରେ ରେଳବାଇ ପୋଲିସ ସହ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତ ମାନଙ୍କୁ ଚିକିତ୍ସା ପାଇଁ ପଠାଇବାର ବ୍ୟବସ୍ଥା କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗୋଟିଏ ପ୍ୟାସେଞ୍ଜର ଟ୍ରେନ କାଲାଝରିଆ ଷ୍ଟେସନ ଅତିକ୍ରମ କରୁଥିଲା। ଏହି ସମୟରେ ଲୋକୋ ପାଇଲଟ ରେଳ ଧାରଣରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଭାବିଥିଲେ ଯେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ତେଣୁ ସେ ଟ୍ରେନକୁ ଅଟକାଇ ଦେଇଥିଲେ। ଟ୍ରେନ ଅଟକିବାରୁ ଲୋକମାନେ ଏଥିରୁ ଓହ୍ଲାଇ ପଡ଼ିଥିଲେ। ଏତିକି ବେଳେ ବିପରୀତ ଦିଗରୁ ଆଉ ଗୋଟିଏ ଟ୍ରେନ ଆସୁଥିଲା। ଏହା ପ୍ରଥମ ଟ୍ରେନରୁ ଓହ୍ଲାଇଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

ସେୟାର କରନ୍ତୁ

Next Post

ନିଆଳି ବିଜେଡିରେ ଗୋଷ୍ଠୀ କନ୍ଦଳ ପ୍ରସନ୍ନ କୁମାର ମଲ୍ଲିକଙ୍କ ବିଶାଳ ଜନ ସମ୍ପର୍କ ପଦଯାତ୍ରା....

Wed Feb 28 , 2024
ସଂଜୟ ଶତପଥୀ(କଟକ): ନିର୍ବାଚନ ଯେତେ ପାଖେଇ ଆସୁଛି ନିଆଳି ରାଜନୀତି ସେତେ ସରଗରମ ଦେଖିବାକୁ ମିଳୁଛି । ନିଆଳି ନିର୍ବାଚନ ମଣ୍ଡଳୀ ଭିତରେ ଗୋଷ୍ଠି କନ୍ଦଳ ଓ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ, ସମସ୍ତଙ୍କୁ ପଛରେ ପକାଇ ନିଆଳି ଜନସାଧାରଣଙ୍କ ଏକ ମାତ୍ର ପସନ୍ଦ ଯୋଗ୍ୟ ବିବେଚିତ ପ୍ରାର୍ଥୀ ପାଲଟିଛନ୍ତି ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକ । ତାଙ୍କର ଜନସଂପର୍କ ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ […]

You May Like

Pin It on Pinterest