ଉଜ୍ଜୟିନୀ ମହାକାଳ ମନ୍ଦିରରେ ଅଗ୍ନିକାଣ୍ଡ…

ବାସ୍ତବ ବ୍ୟୁରୋ: ଆଜି (ସୋମବାର) ସକାଳୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା ।  ଏଥିରେ କିଛି ମନ୍ଦିର ପୂଜକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି।

ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ ଥିଲେ। ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍‌କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଏହି ନିଆଁ ଯୋଗୁ ସେଠାରେ ଉପସ୍ଥିତ ୧୩ ଜଣ ମନ୍ଦିର ପୂଜକ ଓ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି।

ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଆହତଙ୍କ ଚିକିତ୍ସା ଚାଲିଛି। କ’ଣ ପାଇଁ ନିଆଁ ଖୁବ୍‌ ଶୀଘ୍ର ବ୍ୟାପିଗଲା ତାହାର ତଦନ୍ତ ଚାଲିଥିବା ଉଜ୍ଜୟିନୀ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ନର୍ଲା ଆସନ ପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀ ଙ୍କ ଲମ୍ବା ଲାଇନ୍....

Thu Mar 28 , 2024
ନର୍ଲା ଆସନ ପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ଫାଇଦା ଉଠାଇ ପାରନ୍ତି ତୃତୀୟ ଅଦୃଶ୍ୟ ଶକ୍ତି କିମ୍ୱାରିପିଟ ହେବକି ନର୍ଲା ବିଧାନସଭା ଆସନ ?ସନ୍ତୋଷ ପାତ୍ର(ନର୍ଲା)୨୮/୦୩/୨୪: କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ମଧ୍ୟରୁ ନର୍ଲା ଆସନ ଟି ଦୀର୍ଘ ଦୁଇ ମାସ ଧରି ନର୍ଲା ରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସୁଅଛି । ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଙ୍କ ତାଲିକା ବହୁତ […]

You May Like

Pin It on Pinterest