କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ଦେଶରେ କରୋନା ସମ୍ପର୍କିତ ଅପଡ଼େଟ୍

ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ତରଫରୁ ଦେଶରେ କରୋନା ସମ୍ପର୍କିତ ଅପଡ଼େଟ୍ ଦିଆଯାଇଛି । ସେ କହିଛନ୍ତି ଯେ ୧୭ଟି ଜିଲ୍ଳାରେ ୨୮ଦିନ ହେଲା କୌଣସି ପଜିଟିଭ୍ କେସ୍ ସାମ୍ନାକୁ ଆସିନାହିଁ । ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର ୮୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୧ହଜାର ୬୩୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୫୪୩ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୯୪୩୫ ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୮୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ଏବେ କରୋନା ଆକ୍ରାନ୍ତ ସୁସ୍ଥ ହେବା ହାର ୨୩.୩% ରହିଛି ।

ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ କରୋନା ଭାଇରସର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରଭାବୀ ଚିକିତ୍ସା ପଦ୍ଧତି ବାହାରିନାହିଁ । ପ୍ଲାଜମା ଚିକିତ୍ସା ଏବେ ବି ପରୀକ୍ଷଣ ସ୍ତରରେ ରହିଛି । କରୋନା ଚିକିତ୍ସା ପାଇଁ ଏହାକୁ ବ୍ୟବହାର ପରୀକ୍ଷାମୂଳକ ଭାବେ କରାଯାଉଛି । ଏହାର ସଫଳତା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଅଧିକରୁ ଅଧିକ ନମୁନା ପରୀକ୍ଷା କରାଯାଉ । ଡ୍ରୋନ ଜରିଆରେ ତାଲାବନ୍ଦ ସ୍ଥିତି ଉପରେ ନଜର ରଖାଯାଉଛି । ଏହାସହ କେନ୍ଦ୍ରୀୟ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କରୋନା ମୁକାବିଲା କରୁଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁବ୍ରତ ବାଗଚୀଙ୍କ କରୋନା ଅପଡେଟ୍

Tue Apr 28 , 2020
ବାସ୍ତବ ବ୍ୟୁରୋ– ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଖବର ଦେଇ କହିଛନ୍ତି ଯେ ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର ୮୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୧ହଜାର ୬୩୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦେଶରେ ଏବେ କରୋନା ଆକ୍ରାନ୍ତ ସୁସ୍ଥ ହେବା […]

You May Like

Pin It on Pinterest