
ବରଗଡ:-୯/୪(ନବୀନ କୁମାର ଦାଶ):ଗତ ସାତ ଏପ୍ରିଲ ରବିବାର ଦିନ ତ୍ୟାଗରାଜ ଷ୍ଟାଡିଅମ ଠାରେ ଡାକ୍ତର ଲାଲ ସିଙ୍ଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ମାରାଥନ ପ୍ରତିଯୋଗିତା ରେ ଓଡ଼ିଶାର ବରଗଡ ଜିଲ୍ଲା ଭେଡେନ ବ୍ଲକ ଭାଂଗକୁଦ ଗ୍ରାମର କ୍ଷୀର ମୋହନ ଅଦାବର,ଯିଏକି ବର୍ତମାନ ଉତ୍ତର ପ୍ରଦେଶର ନୋଇଡାରେ ରହନ୍ତି।ସିଏ ଭିନ୍ନକ୍ଷମ ହୋଇ ମଧ୍ୟ ପାଞ୍ଚ କିଲୋମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନ ରେ ମେଡାଲ ହାସଲ କରିଥିଲେ।ଏଥିରେ ବହୁତ ଦୂର ଦୁରାନ୍ତରରୁ ଏବଂ ଅନ୍ୟ ରାଜ୍ୟରୁ ଅନେକ ଲୋକ ଭାଗ ନେଇଥିଲେ।
ଏହା ଏକ ଗର୍ବର ବିଷୟ,ତେଣୁ ତାଙ୍କ ପାଖକୁ ଆଜି ଭେଡେନ ବ୍ଲକ ଯାଦବ ସମାଜର ବ୍ଲକ ସଭାପତି ନରେନ୍ଦ୍ର ବାଗ,ସୋମନାଥ ଭୋଇ,ସୁନ୍ଦରମଣି ମାଝି,ଅତାବିରା ବ୍ଲକ ଯାଦବ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ସାଲମା,ସମ୍ପାଦକ ସୁରେନ୍ଦ୍ର କଠାର ଓ ତାଙ୍କର ବନ୍ଦୁ ପରିଜନ,ଗ୍ରାମବାସୀ ଏବଂ ନିଜ ଜିଲ୍ଲାରୁ ଅନେକ ଅନେକ ଶୁଭେଚ୍ଛାର ବାର୍ତ୍ତା ଜଣାଇଛନ୍ତି।ଏଥିରୁ ଏକ ଶିକ୍ଷଣୀୟ ବିଷୟ ଯେ,କଠୋର ଉଦ୍ୟମ ଆଗରେ ସବୁ ବାଧା ବିଘ୍ନ ହାରି ଯାଇଥାଏ।