ଲୋକସଭା ନିର୍ବାଚନ ପୂର୍ବରୁ ସନ୍ଦେଶଖାଲୀ ଅଭିଯୋଗର ସିବିଆଇ ଦ୍ୱାରା ଯାଞ୍ଚ କରାଯିବ -କୋଲକାତା ହାଇକୋର୍ଟ….

କୋଲକାତା: ମମତାଙ୍କୁ କୋଲକାତା ହାଇକୋର୍ଟଙ୍କ ଝଟକା।ସନ୍ଦେଶଖାଲୀ ମାମଲାରେ ଦୁଷ୍କର୍ମ ଓ ଜମି ହଡପ ଅଭିଯୋଗରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଜି କଲିକତା ହାଇକୋର୍ଟ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ସନ୍ଦେଶଖାଲୀରେ ବଟି ଆଦାୟ, ଜମି ହଡପ ଏବଂ ଯୌନ ନିର୍ଯାତନା ଅଭିଯୋଗ ସିବିଆଇ ଦ୍ୱାରା ଯାଞ୍ଚ କରାଯିବ। କୋର୍ଟ କହିଛନ୍ତି ଯେ, ଜାନୁୟାରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଉପରେ କୋର୍ଟ ତଦାରଖ କରିବେ।

କୋର୍ଟଙ୍କ ନିର୍ଦ୍ଦେଶରେ ମମତା ସରକାରଙ୍କୁ ଝଟକା ଲାଗିଛି। ଜାନୁଆରୀ ୫ ତାରିଖରେ ସନ୍ଦେଶଖାଲୀରେ ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ସିବିଆଇ ମଧ୍ୟ ତଦନ୍ତ କରୁଛି। ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ରେସନ ସ୍କାମ ମାମଲାରେ ଟିଏମସି ନେତା ଶେଖ ଶାହାଜାହାନଙ୍କ ଘରେ ଚଢାଉ କରିବାକୁ ଆସିଥିବା ଇଡି ଅଧିକାରୀମାନେ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୋଗ ହୋଇଛି ଯେ, ଶାହାଜାହାନ ଶେଖଙ୍କ ନିର୍ଦ୍ଦେଶରେ ଅନୁସନ୍ଧାନକାରୀ ସଂସ୍ଥାର ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ଗତ ସପ୍ତାହରେ ହାଇକୋର୍ଟ ବଙ୍ଗଳାର ଟିଏମସି ସରକାରଙ୍କୁ ତୀବ୍ର ନିନ୍ଦା କରି କହିଥିଲେ ଯେ, “ସନ୍ଦେଶଖାଲୀରେ ମାମଲାର ଜଟିଳତାକୁ ଦୃଷ୍ଟିରେ ରଖି ନିରପେକ୍ଷ ତଦନ୍ତ କରାଯିବା ଉଚିତ। ପ୍ରକାଶ ଯୋଗ୍ୟ ଯେ, ଗତ ସପ୍ତାହରେ ସନ୍ଦେଶଖାଲୀ ସହ ଜଡିତ ଅନେକ ଆବେଦନ ଉପରେ ଶୁଣାଣି କରାଯାଇଥିଲା, ଯେଉଁଥିରେ ବାହ୍ୟ ଏଜେନ୍ସି ଦ୍ୱାରା ସନ୍ଦେଶଖାଲୀ ସହ ଜଡିତ ଅନେକ ଅଭିଯୋଗର ଯାଞ୍ଚ ପାଇଁ ଦାବି କରାଯାଇଥିଲା। ପ୍ରଧାନ ବିଚାରପତି ଟି.ଏସ୍ ଶିବଗଣନମ୍ ଙ୍କ ନେତୃତ୍ୱରେ ଖଣ୍ଡପୀଠ ବଙ୍ଗଳା ସରକାରଙ୍କୁ ତାଗିଦ କରି କହିଛନ୍ତି ଯେ, ଯଦି ଏହା ଗୋଟିଏ ପ୍ରତିଶତ ସତ….ତେବେ ଏହା ଅତ୍ୟନ୍ତ ଲଜ୍ଜାଜନକ।”

ସେୟାର କରନ୍ତୁ

Next Post

ବରଗଡ଼ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ର ଖଇର କାଠ ଜବତ....

Fri Apr 12 , 2024
ନବୀନ ଦାଶ(ବରଗଡ): ଆଜି ଗୁରୁବାର ସନ୍ଧ୍ଯା ୫ଟା ସମୟରେ ସମ୍ବଲପୁର ବନମଣ୍ଡଲ ଆଞ୍ଚଳିକ ବନସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଓ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ତତ୍ବାବଧାନରେ ବରଗଡ ବନାଞ୍ଚଳ ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ନିକଟସ୍ଥ ରେଂଗାଲିକେମ୍ପ ଠାରେ ଏକ ଖଇର କାଠ ବୋଝେଇ ଟ୍ରକ ନଂ ସିଜି ୪ ଏଲ୍ ବି ୮୭୦୬ ବନବିଭାଗ କର୍ମଚାରୀମାନେ ଜବତ କରିଛନ୍ତି। ଉକ୍ତ […]

You May Like

Pin It on Pinterest