ଠାଣେ କେମିକାଲ କମ୍ପାନୀରେ ବିସ୍ଫୋରଣ, ୭ ମୃତ

ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଛି।  ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି।

ବିସ୍ଫୋରଣ ପରେ କମ୍ପାନୀରେ ନିଆଁ ଲାଗି ଯାଇଥିଲା।ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ କାର୍ ଶୋ’ରୁମ୍ ରହିଛି। କାର୍‌ ଶୋ’ରୁମ୍‌ର ପ୍ରାୟ ୧୨ଟି ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି।  

ଏହି ବିସ୍ଫୋରଣରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି। ବଏଲର ଫାଟିବା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି । କାରଖାନାଟି ଏମଆଇଡିସି ପରିସରରେ ଅବସ୍ଥିତ ।

ରାସାୟନିକ କାରଖାନାରେ ବିସ୍ଫୋରଣ ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଡୋମ୍ବିଭାଲୀ ଏମଆଇଡିସିର ଅମୁଦାନ କେମିକାଲ୍ କମ୍ପାନୀରେ ବଏଲର ବିସ୍ଫୋରଣ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାରେ ୮ ଜଣଙ୍କୁ ନିଲମ୍ବିତ କରାଯାଇଛି। ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଅଧିକ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି। ଫଡନବୀଶ କହିଛନ୍ତି ଯେ ସେ  କଲେକ୍ଟରଙ୍କ ସହ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ଏନଡିଆରଏଫ, ଏସଡିଆରଏଫ, ଫାୟାର ବ୍ରିଗେଡର ଦଳ ପହଞ୍ଚିଛନ୍ତି ।

ସେୟାର କରନ୍ତୁ

Next Post

ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ..

Fri May 24 , 2024
ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି।  ଆସନ୍ତାକାଲି ସ୍ମୃତି ଇରାନୀ କୁଜଙ୍ଗ, ଆଳି ଏବଂ ବାଲେଶ୍ୱର ରେମୁଣାରେ ନିର୍ବାଚନୀ ସଭା କରିବେ । ବିଶେଷ କରି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ ସ୍ମୃତି ଇରାନୀ । ରାଜ୍ୟ ବିଜେପି ସରକାରକୁ ଆସିଲେ ମହିଳାମାନେ କିପରି ଶୁଭଦ୍ରା ଯୋଜନା ପାଇପାରିବେ ସେନେଇ ରାଜ୍ୟବାସୀଙ୍କୁ  ଅବଗତ […]

You May Like

Pin It on Pinterest