ସୁପ୍ରିମ୍‌କୋର୍ଟ- ଆଉଥରେ ହେବ ନାହିଁ NEET-UG ପରୀକ୍ଷା….

ନୂଆଦିଲ୍ଲୀ -ୟୁଜି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବଡ ଆଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ ।ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଏହି ପରୀକ୍ଷା ପୁନଃ ଆୟୋଜିତ ହେବ ନାହିଁ, କାରଣ, ପରୀକ୍ଷାରେ ବଡ଼ ଅନିୟମିତତା ପ୍ରମାଣିତ ହୋଇପାରି ନାହିଁ । ପରୀକ୍ଷାରେ ନିୟମ ଉଲ୍ଲଂଘନ ଦର୍ଶାଇବା ନେଇ କୌଣସି ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ ।ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଉଥରେ ପରୀକ୍ଷା କରାଇବା ଠିକ୍‌ ହେବ ନାହିଁ ଏବଂ ଏହା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର କଥା ।

ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ବ୍ୟବସ୍ଥାଗତ ତ୍ରୁଟି କଥା ପ୍ରମାଣିତ ହୋଇନାହିଁ । ଏଥିପାଇଁ ପୁନଃ ପରୀକ୍ଷା କରାଇବାକୁ ଆଦେଶ ଦିଆଯାଇ ପାରିବ ନାହିଁ ।ଆଉଥରେ ପରୀକ୍ଷା କରାଇବା ନେଇ ଆଦେଶ ଦେବା ୨୪ ଲକ୍ଷ ପିଲାଙ୍କ ପାଇଁ କଷ୍ଟସାଧ୍ୟ ହେବ । ଏହାଦ୍ୱାରା ନାମଲେଖା କାର୍ଯ୍ୟସୂଚୀ ମଧ୍ୟ ବାଧାପ୍ରାପ୍ତ ହେବ । ଡାକ୍ତରୀ ଶିକ୍ଷା ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ ।

ସେୟାର କରନ୍ତୁ

Next Post

ଆଜି ମୋହନ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ୩ୟ କ୍ୟାବିନେଟ ବୈଠକ....

Wed Jul 24 , 2024
ଭୁବନେଶ୍ୱର(ନି.ପ୍ର): ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ବଜେଟ ଆସିବା ପୂର୍ବରୁ କ୍ୟାବିନେଟ ବୈଠକ ବସୁଥିବା ବେଳେ ଏହା ବେଶ ଗରୁତ୍ବପୂର୍ଣ୍ଣ ରହିବ। କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୪ରୁ ୫ଟି ଏଜେଣ୍ଡା ଉପରେ ମୋହର ବାଜିବା ନେଇ ଆଶା କରଯାଉଛି। ତେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ […]

You May Like

Pin It on Pinterest