କେରଳ ଭୂସ୍ଖଳନରେ ୨ ଡାକ୍ତର ନିଖୋଜ;ଡାକ୍ତର ଦ୍ୱୟ କଟକ ଚୌଦ୍ୱାର ଅଞ୍ଚଳର…

ନୂଆଦିଲ୍ଲୀ: କେରଳରେ ଭୟଙ୍କର ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତର ନିଖୋଜ।ଏହି ନିଖୋଜ ଡାକ୍ତର ହେଲେ ଚୌଦ୍ୱାର ଅଞ୍ଚଳର ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା। ଉଭୟ ଭୂସ୍ଖଳନରେ ନିଖୋଜ ଥିବା ଖବର ପାଇବା ପରେ ଚିନ୍ତାରେ ପରିବାର।

କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ତଥା ହାଇଟେକ୍ ମେଡିକାଲର ମେଡିସିନ ଡାକ୍ତର ବିଷ୍ଣୁ ଓ ତାଙ୍କ ପତ୍ନୀ ୱାୟନାଡରେ ଥିଲେ। ତେବେ ବିଳମ୍ବିତ ରାତିରେ ହଠାତ୍ ଭୂସ୍ଖଳନ ହୋଇଥିଲେ। ଯାହା ପରେ ବିଷ୍ଣୁଙ୍କର କୌଣସି ପତ୍ତା ମିଳୁନଥିବା ବେଳେ ତାଙ୍କ ପତ୍ନୀ ସୁରକ୍ଷିତ ଥିବା ପରିବାର ଲୋକେ କହିଛନ୍ତି।

ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କର ମଧ୍ୟ କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି। ଏପଟେ ଘଟଣାରେ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଛନ୍ତି ବିଷ୍ଣୁଙ୍କ ପରିବାର।

ସେୟାର କରନ୍ତୁ

Next Post

ରାଜ୍ୟସଭାରୁ ଇସ୍ତଫା ଦେଲେ ସାଂସଦ ମମତା ମହାନ୍ତ

Wed Jul 31 , 2024
ବାସ୍ତବ ବ୍ୟୁରୋ: ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇନଥିବା ବେଳେ ଅଧାରୁ ଇସ୍ତଫା ଦେଇଥିବାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା। ମମତା ମହାନ୍ତ ‘X’ ଲେଖିଛନ୍ତି, “ମୁଁ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛି। […]

You May Like

Pin It on Pinterest