
ନୂଆଦିଲ୍ଲୀ: ୧୬ ମାସ ପରେ ଜେଲରୁ ବାହାରିଲେ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନିଷ୍ ସିଶୋଦିଆ।ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି।
କୋର୍ଟ ସର୍ତ୍ତ ଅନୁଯାଇ ତାଙ୍କ ପାସପୋର୍ଟ ସମର୍ପଣ କରିବାକୁ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେତେବେଳେ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଥିଲେ, ସେତେବେଳେ ଇଡି ଓକିଲ ଦାବି କରିଥିଲେ ଯେ, ପୂର୍ବତନ ମନ୍ତ୍ରୀଙ୍କୁ ଦିଲ୍ଲୀ ସଚିବାଳୟକୁ ଯିବା ବନ୍ଦ କରିବା ସର୍ତ୍ତ ଆଧାରରେ ମଧ୍ୟ ଜାମିନ ପ୍ରଦାନ କରାଯାଉ। ହେଲେ କୋର୍ଟ ଏହାକୁ ଖାରଜ କରିଛନ୍ତି। ମନୀଷ ସିସୋଦିଆ ଜାମିନ ପାଇବା ପରେ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ମିଠା ବଣ୍ଟନ କରାଯାଇଛି।
ସିସୋଦିଆ ଜାମିନ ପାଇବା ପରେ ଆପ୍ ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।