ବାସ୍ତବ ବ୍ୟୁରୋ: : ଲଦାଖର ପାଶମିନା ଉଲକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବ୍ରିଗେଡିୟର୍ (ଡ.) ବିଡି ମିଶ୍ର (ଅବସରପ୍ରାପ୍ତ)ଙ୍କୁ ଏହି ଜିଆଇ ଟ୍ୟାଗ୍ ପ୍ରମାଣପତ୍ରି ଦେଇଥିଲେ I
ଲେଫ୍ଟନାଣ୍ଟ ଗଭର୍ଣ୍ଣର ସଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୟନ ମନ୍ତ୍ରଣାଳୟର ଅଧିକାରୀ, କେନ୍ଦ୍ରୀୟ ପଶମ ବିକାଶ ବୋର୍ଡ ଏବଂ ସ୍ଥାନୀୟ ପ୍ରଶାସନ, କାରିଗର, ମହିଳା ନେତୃତ୍ୱାଧୀନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ (SHG) ଏବଂ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ। ଏହି ଉତ୍ସବଟି ଏହାର ଅନନ୍ୟ ସାଂସ୍କୃତିକ ଦ୍ରବ୍ୟର ପ୍ରଚାର ତଥା ସଂରକ୍ଷଣ ପାଇଁ ପ୍ରୟାସର ଏକ ପରିବର୍ତ୍ତନଶୀଳ ସ୍ଥାନ ଭାବରେ ଦେଖାଗଲା, ଯେଉଁଥିରେ କେବଳ ପାଶ୍ମିନା ନୁହେଁ ସମୁଦ୍ର ବକଥର୍ନ ଏବଂ ଆପ୍ରିକେଟ୍ ମଧ୍ୟ ଅନ୍ତର୍ଭୁକ୍ତ |
ଲଦାଖର ଐତିହ୍ୟର ସୁରକ୍ଷା ଓ ଅର୍ଥନୀତିକୁ ବଳିଷ୍ଠ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଲଦାଖର ପାଶମିନା ଉଲ୍ ଉତ୍ତମ ମାନର ହୋଇଥିବାରୁ ଏହାକୁ ଲଧାଖର ଧଳା ସୁନା ବୋଲି କୁହାଯାଏ ।
ବର୍ତ୍ତମାନ କେନ୍ଦ୍ର ସରକାର ଏହି ଉଲ୍କୁ ଜିଆଇ ଟ୍ୟାଗ୍ ଦେବା ଫଳରେ ଅରଜିନାଲ ପାଶମିନାର ସୁରକ୍ଷା ହୋଇପାରିବ । ତା ସହିତ ବଜାରକୁ ଆସୁଥୁବା ନକଲି ପାଶମିନାକୁ ଚେକ୍ ଦେଇ ହେବା ଗିରିରାଜ ସିଂହ ଜିଆଇ ଟ୍ୟାଗ୍ ପ୍ରମାଣପତ୍ର ଦେବା ବଳେ ପାଶମିନା ଉଲ୍ର ଅଧିକ ଉତ୍ପାଦନ ଉପରେ ଗୁରୁତ୍ବ ଦେଇଥିଲେ ।
୨୦୩୦ ସୁଦ୍ଧା ପାଞ୍ଚ ଲକ୍ଷ ପାଶମିନା ଛେଳି ଏବଂ ଏକ ମିଲିୟନ ମେରିନୋ ମେଣ୍ଢା ସଂଖ୍ୟା ବଢ଼ାଇବାର ସରକାରଙ୍କ ଟାର୍ଗେଟ୍ ବୋଲି କହିଥିଲେ I ଏହା କେବଳ ଯେ ମେଣ୍ଢା ଓ ଛେଳି ପାଳନକାରୀଙ୍କୁ ଲାଭ ଦେବ ତାହା ନୁହେଁ ବର ଏହା ଲଦାଖର ଜିଡିପିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମନ୍ତ୍ରୀ କହିଛନ୍ତି।



