ମେଡିସିନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା

ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ପାଇଁ ଆଜି ମେଡିସିନ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା ହୋଇଛି। ଏଥର ଦୁଇ ଜଣ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ।

ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ଦିଆଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ। ଉଭୟଙ୍କୁ ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। 

ପୁରଷ୍କାର ଘୋଷଣା ସମୟରେ ନୋବେଲ ଆସେମ୍ବଲି ଏକ ବିବୃତିରେ କହିଛି ଯେ, “ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନ ବିଭିନ୍ନ ସେଲ୍ ପ୍ରକାରର ବିକାଶ କ୍ଷେତ୍ରରେ ଅନୁସନ୍ଧାନ ଜାରି ରଖିଥିଲେ। ଉଭୟ ଏକ କ୍ଷୁଦ୍ର ରାଇବୋନ୍ୟିକ୍ଲିକ ଏସିଡ (RNA) ମୋଲେକୁଲ୍ସର ନୂତନ ଶ୍ରେଣୀ microRNA ଆବିଷ୍କାର କରିଥିଲେ। ଏହି microRNA ଜିନ୍ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ନିଭାଇଥାଏ। ଉଭୟଙ୍କ ଏହି ଆବିଷ୍କାର ଚିକିତ୍ସା କ୍ଷେତ୍ର ପାଇଁ ଉଲ୍ଲେଖନୀୟ ଅବଦାନ। microRNA ଆବିଷ୍କାର ଜିନ୍ ନିୟନ୍ତ୍ରଣ ପାଇଁ ନୂଆ ଆଇଡିଆ ଦେଇଥିଲା, ଯାହା ମାନବ ସମେତ ବହୁକୋଷୀୟ ଜୀବ ପାଇଁ ଜରୁରୀ ପ୍ରମାଣିତ ହୋଇଥିଲା ବୋଲି ନୋବେଲ ଆସେମ୍ବଲି କହିଛି। “

ସେୟାର କରନ୍ତୁ

Next Post

ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର

Tue Oct 8 , 2024
ବାସ୍ତବ ବ୍ୟୁରୋ: ୨୦୨୪ ବର୍ଷ ପାଇଁ ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର । ପଦାର୍ଥ ବିଜ୍ଞାନୀ ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିବ। ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ। ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି। […]

You May Like

Pin It on Pinterest