ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର

ବାସ୍ତବ ବ୍ୟୁରୋ: ୨୦୨୪ ବର୍ଷ ପାଇଁ ଘୋଷଣା ହେଲା ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର । ପଦାର୍ଥ ବିଜ୍ଞାନୀ ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିବ।

ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ। ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି।

ଜନ ହୋପଫିଲ୍ଡ ଏମିତି ଏକ ନେଟୱର୍କ ତିଆରି କରିଥିଲେ ଯାହା ଷ୍ଟୋରିଂ ଓ ରିକନଷ୍ଟ୍ରଟିଂ ମେଥଡରେ ବ୍ୟବହାର ହେଉଥିଲା। ଏହା ଜରିଆରେ ନୋଡେସକୁ ପିକ୍ସେଲ୍ସ ଭାବେ ଦେଖାଯାଏ।

ଜେଫ୍ରୀ ହିନଟନ ହୋପଫିଲ୍ଡ ନେଟୱର୍କ ତିଆରି କରିଥିଲେ। ଏହଦ୍ୱାରେ ସେ ଗୋଟିଏ ନୂଆ ମଡେଲ ସୃଷ୍ଟି କରିଥିଲେ ଯାହା Boltzmann machine ଜରିଆରେ ପରିଚୟ ହାସଲ କରିଥିଲା। ସ୍ୱତନ୍ତ୍ର ଡାଟାକୁ ଜାଣିବା ପାଇଁ ଏହା ବ୍ୟବହାର ହୋଇଥାଏ।

ସେୟାର କରନ୍ତୁ

Next Post

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ...

Tue Oct 8 , 2024
ବାସ୍ତବ ବ୍ୟୁରୋ: ଆଜି ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚର ଆଇପିଏସ୍ ଅରୁଣ ଷଡ଼ଙ୍ଗୀ। ଲୋକସେବା ଭବନ ସେ ଡଃ ସରିତା ସୁପକାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓପିଏସସି ଅଧ୍ୟକ୍ଷ ପଦରୁ ସତ୍ୟଜିତ୍ ମହାନ୍ତି ୨୦୨୩ ଅଗଷ୍ଟ ମାସରେ ଅବସର ନେବା ପରଠୁ ଓପିଏସସି ସଦସ୍ୟ ଡଃ ସରିତା ସୁପକାର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉ ଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ଗୁରୁ […]

You May Like

Pin It on Pinterest