ହାନ କାଙ୍ଗଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର

ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ କୋରିଆର ଲେଖକ ହାନ କାଙ୍ଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ଏହି ଘୋଷଣା କରି ନୋବେଲ ଆସେମ୍ବଲି କହିଛି ଯେ, “ହାନ୍ କାଙ୍ଗଙ୍କୁ ତାଙ୍କ ଗହନ କାବ୍ୟାତ୍ମକ ଗଦ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯାଉଛି। ତାଙ୍କ ଗଦ୍ୟ ମାନବ ଜୀବନର ଐତିହାସିକ ଆଘାତ ଏବଂ ଜଟିଳତାକୁ ଉଜାଗର କରିଥାଏ।”

ସୂଚନାଯୋଗ୍ୟ, ହାନ କାଙ୍ଗ ୧୯୭୦ ମସିହାରେ ଦକ୍ଷିଣ କୋରିଆର ଗୁଆଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିଲେ, ନଅ ବର୍ଷ ବୟସରେ ସେ ତାଙ୍କ ପରିବାର ସହିତ ସିଓଲ ଚାଲିଯାଇଥିଲେ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଔପନାସିକ ଥିବାବେଳେ ସେ ଲେଖା ବ୍ୟତୀତ, ନିଜକୁ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଉତ୍ସର୍ଗ କରିଛନ୍ତି ।

ଉଲ୍ଲେଖ ଥାଉ କି ୨୦୨୪ ନୋବେଲ ପୁରସ୍କାର ପାଇଁ ଗତ ସୋମବାରଠାରୁ ଘୋଷଣା ଆରମ୍ଭ ହୋଇଛି ଏବଂ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ମେଡିସିନ୍ ପୁରସ୍କାର ଜିତିଛନ୍ତି। ମେସିନ୍ ଲର୍ଣ୍ଣିଂର ଦୁଇ ପ୍ରତିଷ୍ଠାତା ଜନ୍ ହପ୍‌ଫିଲ୍ଡ ଓ ଜେଫ୍ରି ହିଣ୍ଟନ୍ ପଦାର୍ଥବିଜ୍ଞାନ ପୁରସ୍କାର ଜିତିଛନ୍ତି। 

ସେୟାର କରନ୍ତୁ

Next Post

୨୦୨୪ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର

Fri Oct 11 , 2024
ବାସ୍ତବ ବ୍ୟୁରୋ: ୨୦୨୪ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ ଘୋଷଣା କରାଯାଇଛି।  ସୂଚନାଯୋଗ୍ୟ, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି […]

You May Like

Pin It on Pinterest