ବାସ୍ତବ ବ୍ୟୁରୋ: ୨୦୨୪ ପାଇଁ ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି ଆକ୍ରମଣରେ ଜାପାନର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ କୋଟି କୋଟି ଟଙ୍କାର ଧନ-ସମ୍ପତ୍ତି ନଷ୍ଟ ହୋଇଥିଲା।
କିନ୍ତୁ ଜାପାନ ଆମେରିକା ଉପରେ ପ୍ରତିଶୋଧ ନ ନେଇ କିପରି ପରମାଣୁ ଅସ୍ତ୍ରର ବ୍ୟବହାରକୁ ରୋକାଯିବ ସେ ଉପରେ କାର୍ଯ୍ୟ କରିଥିଲା। ଏଥିରେ ନିହୋନ୍ ହିଡାନକିଓ ସଂଗଠନ ମୁଖ୍ୟ ଭୂମିକା ନିଭାଇଥିଲା।
ବିଶ୍ୱକୁ ଆଣବିକ ଅସ୍ତ୍ରଶସ୍ତ୍ରରୁ ମୁକ୍ତ କରିବା ପାଇଁ ସଂଗଠନ ଉଦ୍ୟମ ଜାରି ରଖିଥିଲା। ଏପରି ମହନୀୟ ଚିନ୍ତାଧାରା ଏବଂ ଉଦ୍ୟମ ପାଇଁ ଆଜି ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ବିଜେତା ଭାବେ ଘୋଷିତ କରାଯାଇଛି।



