ସୁପ୍ରିମ୍‌କୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖନ୍ନା

ବାସ୍ତବ ବ୍ୟୁରୋ: ସୁପ୍ରିମ୍‌କୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜ‌ଷ୍ଟିସ୍‌ ସଞ୍ଜୀବ ଖାନ୍ନା। ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ ଅବସର ନେବା ପରେ ଆଜି ଅର୍ଥାତ ସୋମବାର ଦିନ ରାଷ୍ଟ୍ରପତି ଭବନରେ ଦେଶର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ଥିଲେ ।

ଜଷ୍ଟିସ ଖନ୍ନାଙ୍କ ନାମ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା। ନଭେମ୍ବର ୧୦ରେ ୬୫ ବର୍ଷ ବୟସରେ ଚନ୍ଦ୍ରଚୁଡ଼ ଏହି ପଦବୀରୁ ଅବସର ନେଇଥିଲେ। ଏହାପରେ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କୁ ସିଜେଆଇ ପଦ ସମ୍ଭାଳିଛନ୍ତି। ତେବେ ତାଙ୍କ କାର୍ଯ୍ୟକାଳ ମାତ୍ର ୬ ମାସ ରହିବ। ଆସନ୍ତା ବର୍ଷ ମେ’ ୧୩ରେ ତାଙ୍କର କାର୍ଯ୍ୟକାଳ ସରିବ।

ସେୟାର କରନ୍ତୁ

Next Post

ଚଳିତ ମାସରେ ସରୁଛି ରାଜ୍ୟର ତିନି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ

Tue Nov 12 , 2024
ବାସ୍ତବ ବ୍ୟୁରୋ: ଚଳିତ ମାସରେ ଓଡ଼ିଶାର ତିନି ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଉତ୍କଳ ବିଶ୍ୱ ବିଦ୍ୟାଳୟ, ରମାଦେବୀ ଦେବୀ ବିଶ୍ୱ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସରିବ କାର୍ଯ୍ୟକାଳ । ଓଡ଼ିଶା ୟୁନିଭରସିଟି ଆକ୍ଟ ୧୯୮୯ ଅନୁଯାୟୀ କୁଳପତି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଉଚ୍ଚ ଶିକ୍ଷା ବିଭଗ ସଚିବଙ୍କୁ ଚିଠି କରାଯାଇଛି […]

You May Like

Breaking News

Pin It on Pinterest