ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି ନେତୃତ୍ୱାଧୀନ ମହାୟୁତି। ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ସିନ୍ଦେ ଓ ଫଡନଭିସ । ମେଂଟ ର ପ୍ରଦର୍ଶନ ପାଇଁ ପରସ୍ପରକୁ ଜଣାଇଲେ ଅଭିନନ୍ଦନ ।
ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି କୁ ଅଭୂତପୂର୍ବ ଭାବେ ୧୨୯ ସିଟ୍ ରେ ସଫଳାତା ମିଳିଛି । ଇଏ ସେହି ପାର୍ଟି ୬ ମାସ ପୂର୍ବରୁ ଲୋକସଭା ନିର୍ବାଚନରେ ଖରାପ ପ୍ରଦର୍ଶନ କରିଥିଲା । ଦଳକୁ କେବଳ ୯ଟି ଲୋକସଭା ସିଟ୍ ରେ ବିଜୟ ମିଳିଥିଲା । ଲୋକସଭାର ନିରାସଜନକ ଫଳାଫଳ କଂଗ୍ରେସର ମନବଳକୁ ଦୃଢ କରିଥିଲା । କଂଗ୍ରେସକୁ ସର୍ବାଧିକ ୧୩ ସିଟ୍ ମିଳିଥିଲା । କିନ୍ତୁ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ମାଟି କାମୁଡି ପଡିଲା କଂଗ୍ରେସ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବଡ ପରାଜୟ ମିଳିଛି ।
ଏଭଳି ଏକ ବିଜୟ ଦେଖି ବେଶ୍ ଖୁସି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏଥିପାଇଁ ସେ ମହାରାଷ୍ଟ୍ରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, “ବିକାଶ ଜିତିଛି। ସୁଶାସନ ଜିତିଛି। ମହାରାଷ୍ଟ୍ରର ମୋ ଭାଇ ଓ ଭଉଣୀମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ବିଶେଷ କରି ଯୁବ ଓ ମହିଳାମାନଙ୍କୁ ଏନ୍ଡିଏର ଏହି ଐତିହାସିକ ବିଜୟ ପାଇଁ କୃତଜ୍ଞତା ଜଣାଉଛି। ଏହି ସ୍ନେହ ଓ ଉତ୍ସାହର ତୁଳନା ନାହିଁ। ମୁଁ ଲୋକଙ୍କୁ ନିଶ୍ଚିତ କରୁଛି ଯେ ଆମ ମେଣ୍ଟ ମହାରାଷ୍ଟ୍ରର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବ।”
ଅନ୍ୟପକ୍ଷରେ, ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ନେତା ଉଦ୍ଧବ ଠାକରେ ଇଭିଏମକୁ ଦୋଷ ଦେଇଛନ୍ତି । ଏହି ଫଳାଫଳ ଅସ୍ବାଭାବିକ ଲାଗୁଛି ବୋଲି ସେ କହିଛନ୍ତି ।
ଉଦ୍ଧବ ଠାକରେ କହିଛନ୍ତି, “ମୁଁ ଭାବୁନାହିଁ ଯେ ମୋ ମହାରାଷ୍ଟ୍ର ଏପରି କରିବ। ବୋଧେ କିଛି ଭୁଲ୍ ହୋଇଛି। ଲୋକମାନେ ଆମ ନିର୍ବାଚନୀ ରାଲିକୁ ଆସିଥିଲେ, ମୋଦିଙ୍କ ରାଲି ଖାଲି ଥିଲା । ଭାଷଣ ମଝିରେ ଲୋକେ ଚାଲି ଯାଉଥିଲେ। ଏବେ ଯଦି ପରବର୍ତ୍ତୀ ସମୟରେ ରେକର୍ଡରେ କିଛି ଅସଙ୍ଗତି ରହିଛି, ତେବେ କିଛି ଭୁଲ୍ ହୋଇଛି।”