ପଦାର୍ପଣ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କ ବିପୁଳ ବିଜୟ

ବାସ୍ତବ ବ୍ୟୁରୋ: ୱାୟନାଡ ଲୋକସଭା ଆସନରୁ ଉପନିର୍ବାଚନରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି । ଆଜି ପ୍ରିୟଙ୍କା ତାଙ୍କ ପ୍ରଥମ ନିର୍ବାଚନରେ ବିଜୟୀ ହେବା ସହିତ ଭାଇ ରାହୁଲଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ । 

ଉଲ୍ଲେଖଯୋଗ୍ୟ ,୨୦୧୯ ନିର୍ବାଚନରେ ୱାୟନାଡରୁ ୪.୩୦ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ରାହୁଲ ଗାନ୍ଧୀ ୨୦୨୪ ଏପ୍ରିଲ ନିର୍ବାଚନରେ ୩.୬୪ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।

କେରଳର ଓ୍ବାୟନାଡ ଲୋକସଭା ଆସନ ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଅଧୀନରେ ଥିଲା । ସେ ୨୦୧୯ ଲୋକସଭା ନିର୍ବାଚନରେ ଓ୍ବାୟନାଡରୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ପାଇଁ ୨୦୨୪ରେ ମଧ୍ୟ ଏହି ସିଟରୁ ସାସଂଦ ଭାବେ ବିଜୟ ଲାଭ କରିଥିଲେ । ମାତ୍ର ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ଦୁଇଟି ଲୋକସଭା ଆସନରୁ ଜିତିବାରୁ ତାଙ୍କୁ ଓ୍ବାୟନାଡ ସିଟ୍ ଛାଡ଼ିବାକୁ ପଡ଼ିଥିଲା ।

ସେୟାର କରନ୍ତୁ

Next Post

ଓଡ଼ିଶା ପର୍ବ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ....

Sun Nov 24 , 2024
ବାସ୍ତବ ବ୍ୟୁରୋ: ଦିଲ୍ଲୀରେ ଜବାହରଲାଲ ନେହରୁ ଷ୍ଟାଡିୟମରେ ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଓଡ଼ିଶା ପର୍ବରେ ସାମିଲ ହେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି, “ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା […]

You May Like

Pin It on Pinterest