ଡିସେମ୍ବର ୫ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍‌

ବାସ୍ତବ ବ୍ୟୁରୋ: ବିଜେପି ନେତା ଦେବେନ୍ଦ୍ର ଫଡନବୀସ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ସିଏମ୍ । ଆଜି (ବୁଧବାର) ଅନୁଷ୍ଠିତ ମହାୟୁତି ବୈଠକରେ ଦେବେନ୍ଦ୍ର ଫଡନବୀସ ବିଜେପିର ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୫ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ତେବେ ବୈଠକରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ମହାରାଷ୍ଟ୍ରର ଡେପୁଟି ସିଏମ୍ କରିବାକୁ ସହମତି ପ୍ରକାଶ ପାଇଛି ।

ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟି ତାଙ୍କ ସମର୍ଥକ ତଥା ବିଧାୟକଙ୍କ ନାମ ସହିତ ସରକାର ଗଠନ ପାଇଁ ଦାବି କରିବେ । ମହାରାଷ୍ଟ୍ରର ଆଜାଦ ମୈଦାନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିବେ । 

ରାଜ୍ୟପାଳଙ୍କୁ ସାକ୍ଷାତକରି ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଏକନାଥ ସିନ୍ଦେଙ୍କୁ ସ୍ୱତନ୍ତ୍ର ଭାବେ ଧନ୍ୟବାଦ ଜଣାଇ ଦେବେନ୍ଦ୍ର ଫଡ଼ନାବିସ କହିଥିଲେ, “କ୍ୟାବିନେଟରେ ରହିବାକୁ ଗତକାଲି ମୁଁ ଏକନାଥ ସିନ୍ଦେଙ୍କୁ ଅନୁରୋଧ କରିଥିଲି। ସେ ମାନିଯିବେ ବୋଲି ମୋର ଆଶା ଥିଲା। ମୁଖ୍ୟମନ୍ତ୍ରୀ ପଦବୀ ହେଉଛି ଆମେ ଭିତରେ ହୋଇଥିବା ଏକ ବୈଷୟିକ ଚୁକ୍ତି। ଆମେ ଏକାଠି ନିଷ୍ପତ୍ତି ନେଇ ଆସିଛୁ। ଆଗକୁ ମଧ୍ୟ ଏକାଠି ନିଷ୍ପତ୍ତି ନେବୁ। ନିୟମ ଅନୁଯାୟୀ ନୂଆ ସରକାର ଗଠନ କରିବା ପାଇଁ ଆମେ ଆଜି ଦାବି ଉପସ୍ଥାପନ କରିଛୁ। ରାଜ୍ୟପାଳ ଆମ ଦାବି ଗ୍ରହଣ କରିବା ପରେ ଶପଥ ଗ୍ରହଣ ଉତ୍ସବ ପାଇଁ ସମୟ ଦିଆଯାଇଛି। ଆସନ୍ତାକାଲି ସନ୍ଧ୍ୟା ସାଢ଼େ ୫ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ।”

ସେହିପରି ଏକନାଥ ସିନ୍ଦେ କହିଥିଲେ, “ଅଢ଼େଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଫଡ଼ନାବିସ ମୋ ନାଁ ସୁପାରିଶ କରିଥିଲେ। ଆଉ ଏବେ ଆମେ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁପାରିଶ କରିଛୁ। ତେବେ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନା ନାହିଁ, ସେ ନେଇ ପରେ ଜଣାଇବେ ବୋଲି କହିଥିଲେ। “

ସେୟାର କରନ୍ତୁ

Next Post

ହନୁମାନ ମନ୍ଦୀର ପ୍ରତିଷ୍ଠା ଅବସରରେ ରକ୍ତଦାନ ଶିବିର

Thu Dec 5 , 2024
ବରଗଡ଼୫/୧୨(ନବୀନ କୁମାର ଦାଶ):ବରଗଡ଼ ୱାର୍ଡ ନମ୍ବର ୧୪ ସୁବାସ ନଗର ଠାରେ ଶ୍ରୀ ଶ୍ରୀ ହନୁମାନ ପ୍ରଭୂ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସର ରେ ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରକୁ ମନ୍ଦିର ପ୍ରତିଷ୍ଠା କମିଟି ର ସଭାପତି ସରୋଜ କୁମାର ସାହୁ,ସମ୍ପାଦକ ପଞ୍ଚାନନ ପଧାନ,ସଦସ୍ୟ ନୀରୋଜ ପାତ୍ର ଓ ଆଲୋକ ରଞ୍ଜନ […]

You May Like

Pin It on Pinterest