ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ

ବାସ୍ତବ ବ୍ୟୁରୋ : ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜେପି ନେତା ଦେବେନ୍ଦ୍ର ଫଡନାବୀସ । ମୁମ୍ବାଇର ଆଜାଦ ମଇଦାନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ତାଙ୍କ ସହ ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଅଜିତ୍ ପାୱାର ବି ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ମହାୟୁତି ପାଇଁ ଏହା ଖୁସିର ସମୟ ଥିଲା, କିନ୍ତୁ ମଞ୍ଚରେ ସିନ୍ଦେଙ୍କ ଚେହେରାଙ୍କ ଖୁସି ନଥିବା ବାରି ହେଉଥିଲା । ଶପଥ ଗ୍ରହଣ ମଞ୍ଚରେ ସିନ୍ଦେଙ୍କ ଚେହେରାରେ ଯେଉଁ ହସ ଫୁଟିଥିଲା, ତାହା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ଚାରି ସେକେଣ୍ଡର କଥାବର୍ତ୍ତା । ସିନ୍ଦେଙ୍କ ହାତ ଧରି ପିଏମ୍ ମୋଦୀ ଥାପୁଡେଇଥିଲେ । ଏହାପରେ ସିନ୍ଦେଙ୍କ ମୁହଁରେ ହସ ଫେରିଥିଲେ । ଫଡନବିସଙ୍କଠାରୁ ଅଧିକ ପିଏମ୍ ମୋଦୀଙ୍କ ସହ ଏକନାଥ ସିନ୍ଦେଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଲା ।

ଦେବେନ୍ଦ୍ର ଫଡ଼ଣବିସ ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥଗ୍ରହଣ ସମାରୋହ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନୀଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଏହି ସମାରୋହରେ ଯୋଗଦେଇଥିଲେ ।

ଏଥିସହ ଶପଥ ଉତ୍ସବରେ  ଉଦ୍ୟୋଗପତି ମୁକେଶ ଅମ୍ବାନୀ, ତାଙ୍କ ପତ୍ନୀ ନୀତା ଅମ୍ବାନୀ, ରାଧିକା ଓ ଅନନ୍ତ ଅମ୍ବାନୀ  ମଧ୍ୟ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ଗୌତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା, ନୋଏଲ ଟାଟା ଓ ଦୀପକ ପାରିଖ ମଧ୍ୟ ଶପଥ ସମାରୋହରେ ଯୋଗ ଦେଇଛନ୍ତି। ପୂର୍ବତନ ସିଜେଆଇ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ମହାନ ବ୍ୟାଟର ସଚିନ ତେନ୍ଦୁଲକର, ମଧ୍ୟ ଏହି ସମାରୋହରେ ସାମିଲ ହୋଇଛନ୍ତି। ବଲିଉଡରୁ ସଲମାନ ଖାନ, ସଞ୍ଜୟ ଦତ୍ତ, ଶାହୁରଖ ଖାନ, ମାଧୁରୀ ଦୀକ୍ଷିତ ଓ  ରଣବୀର କୁପର ଯୋଗ ଦେଇଛନ୍ତି। 

ଏହି ଶପଥ ଗ୍ରହଣ ସମାରୋହରେ ମାୟାନଗରୀ ମୁମ୍ବାଇର ସେଲିବ୍ରିଟିମାନଙ୍କୁ ଦେଖିବାକୁ ମିଳିଥିଲା । ବଲିଉଡ ସୁପରଷ୍ଟାର ଶାହରୁଖ ଖାଁ, ସଲମନ ଖାଁ, ରଣବୀର କପୁର, ରଣବୀର ସିଂ, କ୍ରିକେଟ ଖେଳାଳ ସଚିନ ତେନ୍ଦୁଲକର, ଶିଳ୍ପପତି ମୁକେଶ ଅମ୍ବାନି ଓ ନୀତା ଅମ୍ବାନି, ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟ ଏହି ଉପଲକ୍ଷେ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

କାଠଡେରା ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ...

Fri Dec 6 , 2024
ବରଗଡ଼୫/୧୨(ନବୀନ କୁମାର ଦାଶ):ଶ୍ରୀଅରବିନ୍ଦଙ୍କ ମହାସମାଧି ଦିବସ ଅବସରରେ ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବାଏହି କ୍ରୀଡ଼ା ଉତ୍ସବରେ ଶିକ୍ଷାକେନ୍ଦ୍ର ପରିଚାଳନା କମିଟିର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନ ଶ୍ରୀମା ଅରବିନ୍ଦଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି କ୍ରୀଡ଼ା ଉତ୍ସବକୁ ବରଗଡ଼ ଜିଲ୍ଲା […]

You May Like

Pin It on Pinterest