ଫଡନାଭିସ କ୍ୟାବିନେଟ ସମ୍ପ୍ରସାରଣ……

ବାସ୍ତବ ବ୍ୟୁରୋ: ଆଜି (ରବିବାର) ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନାବିସଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ବିଜେପି, ଶିବସେନା ଓ ଏନସିପି ମନ୍ତ୍ରୀମାନେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ରାଜ୍ୟପାଳ ସିପି ରାଧାକୃଷ୍ଣନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ ।  ନାଗପୁରରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ସୂଚନାନୁଯାୟୀ, ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ। ମନ୍ତ୍ରୀ ପରିଷଦରେ ୩୯ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଧର ଶିବେନ୍ଦ୍ରରାଜେ ଭୋଂସଲେଙ୍କୁ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏହା ପୂର୍ବରୁ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପୂର୍ବତନ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେ ମଧ୍ୟ ରବିବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଚନ୍ଦ୍ରଶେଖର ବାୱନକୁଲେଙ୍କୁ ମଧ୍ୟ ମହାରାଷ୍ଟ୍ରର ନୂଆ ସରକାରରେ ମନ୍ତ୍ରୀ କରାଯାଇଛି । ବିଜେପି ନେତା ଗଣେଶ ନାଏକ, ଶିବସେନା ନେତା ଦାଦାଜୀ ଓ ସଞ୍ଜୟ ରାଠୋର ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ସେୟାର କରନ୍ତୁ

Next Post

ପାରମ୍ପରିକ ରୀତିନୀତି ରେ ଗୁରୁ ପୂଜନ ସହ ପାଳିତ ହେଲା ଲରମ୍ଭା ୧୯୯୦ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ...

Mon Dec 16 , 2024
ବରଗଡ଼-୧୬/୧୨(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସର୍ବ ପୁରାତନ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଲରମ୍ଭା ଉଚ୍ଚ ବିଦ୍ୟାଳୟ ୧୯୯୦ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ସମାରୋହ ଧୁମଧାମରେ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଗୁରୁ ଶିଷ୍ୟ ପରମ୍ପରା କୁ ବଜାୟ ରଖି ପାରମ୍ପରିକ ରୀତିନୀତି ରେ ଛାତ୍ରଛାତ୍ରୀ ମାନେ ଗୁରୁ ମାନଙ୍କ ପାଦ ଧୌତ ପୁର୍ବକ ଫୁଲ,ଚନ୍ଦନ ଓ ଉପ ଢୌକନ ଦେଇ […]

You May Like

Pin It on Pinterest