ଫେବ୍ରୁଆରି ୫ରେ ହେବ ଦିଲ୍ଳୀ ନିର୍ବାଚନ

ବାସ୍ତବ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଛନ୍ତି, ଫେବ୍ରୁଆରି ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀ ନିର୍ବାଚନ ହୋଇ ଫେବ୍ରୁଆରି ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ। ସମସ୍ତ ୭୦ଟି ଯାକ ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବେ ରାଜଧାନୀବାସୀ। 

ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ଫେବୃଆରୀ ୫ରେ ଭୋଟିଂ ହେବାକୁ ଥିବା ବେଳେ ଏଥିପାଇଁ ୧୦ ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ୧୭ ଜାନୁଆରୀ ରହିଛି। ସେହିପରି ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ୨୦ ଜାନୁଆରୀ ରଖାଯାଇଛି। 

୭୦ଟି ଆସନରେ ଭୋଟିଂ ପାଇଁ ମୋଟ ୧୩୦୦୩ଟି ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ। ଏହା ମଧ୍ୟରେ ୨୧୦ଟି ମଡେଲ ପୁଲିଂ ଷ୍ଟେସନ, ୭୦ଟି ପୁଲିଂ ଷ୍ଟେସନ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୭୦ଟି ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯାଉଥିବା ସେ ସୂଚନା ଦେଇଛନ୍ତି। 

ସେୟାର କରନ୍ତୁ

Next Post

ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ...

Wed Jan 8 , 2025
ବାସ୍ତବ ବ୍ୟୁରୋ: ଇସ୍ରୋର ଅଧ୍ୟକ୍ଷ ଏସ୍. ସୋମନାଥଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ ହେବାକୁ ଆସିଛି। ସେ ୧୪ ଜାନୁଆରୀ ୨୦୨୨ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ISRO ସଫଳତାର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରିଛି। ଭି ନାରାୟଣନ ହେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର ସରକାର […]

You May Like

Pin It on Pinterest