ଚୀନ‌ରେ HMPV ମାମଲା ବୃଦ୍ଧି….

ବାସ୍ତବ ବ୍ୟୁରୋ: ଚୀନରେ ଦିନକୁ ଦିନ ଖରାପ ହେଉଛି ସ୍ଥିତି । ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି । ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ଦେଖାଦେଲାଣି । ବଜାରରେ ଔଷଧର କଳା ବଜାରୀ ଚାଲିଛି । ପରିସ୍ଥିତି ଏମିତି ହୋଇଛି, ୪୧ ଡଲାରରେ ବିକ୍ରି ହେଉଛି ମେଡିସିନ୍ । ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । 

ବଢ଼ୁଥିବା ସଂକ୍ରମଣକୁ ଦେଖି ଉହାନରେ ସ୍କୁଲ ବନ୍ଦ କରାଯାଇଛି। ପିଲାମାନଙ୍କ ସଂକ୍ରମଣ ବଢୁଥିବାରୁ ଘରୁ ନବାହାରିବାକୁ ଜାରି ହୋଇଛି କଟକଣା । ଆଉ ଚୀନରେ ସୃଷ୍ଟି ଏହି ଭୂତାଣୁ ଏବେ ସମଗ୍ର ବିଶ୍ୱକୁ ବ୍ୟାପିଲାଣି । ଭାରତ, ମାଲେସିଆ, ଜାପାନ, କାଜାଖସ୍ତାନରେ ବି ବଢିଛି ମାମଲା ।  

ସେୟାର କରନ୍ତୁ

Next Post

ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନୀ

Wed Jan 8 , 2025
ବାସ୍ତବ ବ୍ୟୁରୋ: ଆରମ୍ଭ ହେଲା ପ୍ରବାସୀ ଭାରତୀୟ ସମ୍ମିଳନୀ । ଭୁବନେଶ୍ୱରର ଜନତା ମଇଦାନରେ ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମିଳନୀ। ଏହାର ଶୁଭାରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଆଜି ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଲେ, “ବିକଶିତ ଭାରତ ଅଭିମୁଖେ ଆମେ ଗତି […]

You May Like

Pin It on Pinterest