କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା : ଭାରତ ବିକଶିତ କରିବ ନିଜସ୍ୱ AI ମଡେଲ୍

ବାସ୍ତବ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା, ଭାରତ ନିଜର (ଲାର୍ଜ ଲାଙ୍ଗୁଏଜ୍ ମୋଡେଲ୍-ଏଲ୍‌ଏଲ୍‌ଏମ୍) ବିକଶିତ କରିବ । ଏହାଦ୍ୱାରା ଓପନ୍ ଏଆଇର ଚାଟ୍‌ଜିପିଟି, ଗୁଗଲର ଜେମିନି ଏବଂ ଚୀନର ଡିପ୍‌ସିକ୍ R1 ପରି ବିଦେଶୀ ମଡେଲ୍ ଉପରେ ନିର୍ଭରତା କମ ରହିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅନ୍ୟ ଦେଶ ଦ୍ୱାରା ନିର୍ମିତ ଏଆଇ ମଡେଲ୍ ଉପରେ ନିର୍ଭର କରିବା ପରିବର୍ତ୍ତେ ଭାରତ ନିଜର ଏକ ନିଜସ୍ୱ ଏଆଇ ମଡେଲ ବିକଶିତ କରିବ ।

ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ ହେଉଛି ଏପରି ଏକ ଏଆଇ ମଡେଲ୍ ନିର୍ମାଣ କରିବା, ଯାହା ଭାରତର ସଂସ୍କୃତି, ଭାଷା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ କରାଯିବ । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରୋଜେକ୍ଟକୁ ସବୁଜ ସଂକେତ ଦେଇ କହିଛନ୍ତି, ଭାରତର ଏହି ଏଆଇ ମଡେଲ୍ ସମସ୍ତ ପକ୍ଷପାତିତାରୁ ମୁକ୍ତ ରହିବ ଏବଂ ଭାରତୀୟ ଭାଷା ଉପରେ ଗଭୀର ଜ୍ଞାନ ରଖିବ ।

ସରକାର ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଏକ ବିଶାଳ ଏଆଇ ଭିତ୍ତିଭୂମି ନିର୍ମାଣ କରୁଛନ୍ତି । ଏଥିରେ ୧୮,୦୦୦ ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍ସ (GPUs)ର ଏକ ଅତ୍ୟାଧୁନିକ ଡାଟା ସେଣ୍ଟର ସାମିଲ ହେବ । ଏହି ହାର୍ଡୱେର ଏଆଇର ପ୍ରଶିକ୍ଷଣ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ହୋଇଥାଏ । ଭାରତ ଚଳିତ ବର୍ଷ ଶେଷ ସୁଦ୍ଧା ନିଜର ଏଆଇ ଡାଟା ସେଣ୍ଟର ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହାସହ ସରକାର ୧୦ ମାସ ଭିତରେ ନିଜର ଲାର୍ଜ ଲାଙ୍ଗୁଏଜ୍ (LLM) ପ୍ରସ୍ତୁତ କରିବା ପାଇଁ ମହାତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି ।

ସେୟାର କରନ୍ତୁ

Next Post

ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ର ୬୦ତମ ବାର୍ଷିକ ଉତ୍ସବ ପାଳିତ....

Thu Jan 30 , 2025
ବରଗଡ:-୩୦/୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୭ ସମ୍ବଲପୁର-ବରଗଡ ୱେ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ କଡ ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୬୦ତମ ବାର୍ଷିକ ଉତ୍ସବ ମହା ସମାରୋହରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ, ମୁଖ୍ୟ ନିମନ୍ତ୍ରିତ ଅତିଥି ଭାବେ ଏନ୍ ଏସି ଅଧ୍ୟକ୍ଷ ବନମାଳୀ […]

You May Like

Pin It on Pinterest