କମିଲା ରେପୋ ରେଟ୍…

ବାସ୍ତବ ବ୍ୟୁରୋ: ଦୀର୍ଘ ପାଞ୍ଚ ବର୍ଷ ପରେ ହ୍ରାସ ହୋଇଛି ରେପୋ ରେଟ୍ । ଆରବିଆଇ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ କମାଇ ୬.୨୫ ପ୍ରତିଶତ କରିଛି । ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୦ରେ ରେପୋ ରେଟ୍ ହ୍ରାସ କରିଥିଲା । ମାତ୍ର ଏହା ପରେ ଧୀରେ ଧୀରେ ଏହାକୁ ବଢ଼ାଇ ୬.୫ ପ୍ରତିଶତ କରିଛି । ଶେଷ ଥର ପାଇଁ ରେପୋ ରେଟ୍ ୨୦୨୩ ଫେବ୍ରୁଆରୀ ମାସରେ ହୋଇଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନ ଧରି ଚାଲିଥିଲା ମନିଟାରୀ ପଲିସି କମିଟି ବୈଠକରେ ରେପୋ ରେଟ୍ ହ୍ରାସ ନେଇ ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ବୈଠକରେ ଅର୍ଥନୈତିକ ବିକାଶକୁ ବେଶ୍ ଗୁରୁତ୍ବ ଦିଆଯାଇଥିଲା । ଚର୍ଚ୍ଚା ପରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ରେପୋ ରେଟ୍ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ରେପୋ ରେଟ୍ ୬.୫୦ ପ୍ରତିଶତ ରହିଥିବା ବେଳେ ଏହାକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬.୨୫ ପ୍ରତିଶତ କରାଯାଇଛି । ଏହା ଦ୍ବାରା ଋଣ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି । ଘର କିମ୍ବା ଗାଡ଼ି ଋଣ ଶସ୍ତା ହେବ । ସେହିପରି ଇଏମଆଇ ମଧ୍ୟ କମିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି । 

ସେୟାର କରନ୍ତୁ

Next Post

ଦିଲ୍ଲୀରେ ସରକାର ଗଢିବ ବିଜେପି...

Sat Feb 8 , 2025
ବାସ୍ତବ ବ୍ୟୁରୋ: ଆସିଗଲା ଦିଲ୍ଲୀ ବିଧାନସଭା ନିର୍ବାଚନ -୨୦୨୫ ର ସମ୍ପୂର୍ଣ୍ଣ ଫଳାଫଳ ।  ବିଧାନସଭା ନିର୍ବାଚନରେ ବିଜେପି ୪୮ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଯାହା ଫଳରେ ଭାରତୀୟ ଜନତା ପାର୍ଟି ଦୀର୍ଘ ୨୪ ବର୍ଷ ପରେ ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି । ଏଥିସହିତ ଆମ୍ ଆଦମୀ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି ଏବଂ କଂଗ୍ରେସ ପୁଣି ଥରେ ନିର୍ବାଚନରେ ଗୋଟିଏ ବି […]

You May Like

Pin It on Pinterest