କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?

ବାସ୍ତବ ବ୍ୟୁରୋ: କିଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀ କେବେ ଶପଥ ଗ୍ରହଣ କରିବେ, ସେନେଇ ତାରିଖ ଠିକ୍ ତ ହେଇନି ହେଲେ ଶନିବାର ବଡ଼ ବିଜୟ ପରେ ଦିଲ୍ଲୀ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ କହିବା ମୁତାବକ, ଆସନ୍ତା ୧୦ରୁ ୧୫ ଦିନ ଭିତରେ ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ ।

ତେବେ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନଥିଲେ ହେଁ ମୁଖ୍ୟମନ୍ତ୍ରୀ ରେସ୍‌ରେ ଏକାଧିକ ନାଁ ଶୁଣିବାକୁ ମିଳୁଛି ।ଏମାନଙ୍କ ମଧ୍ୟରେ ପ୍ରଭେଶ ସାହିବ ସିଂହ ବର୍ମା, ସତୀଶ ଉପାଧ୍ୟାୟ, ଆଶୀଷ ସୁଦ, ଜିତେନ୍ଦ୍ର ମହାଜନ ଏବଂ ବିଜେନ୍ଦ୍ର ଗୁପ୍ତାନଙ୍କ ନାଁ ରହିଛି ।ମଧ୍ୟ ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିବା ପ୍ରଭେଶ ସାହିବ ସିଂହ ବର୍ମାଙ୍କ ନାଁ ସର୍ବାଗ୍ରେ ରହିଛି ବୋଲି କୁହାଯାଉଛି। ସେ ହେଉଛନ୍ତି ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସାହିବ ସିଂହ ବର୍ମାଙ୍କ ପୁଅ। ପୂର୍ବରୁ ପ୍ରଭେଶ ଦୁଇ ଥର ସାଂସଦ ରହିସାରିଛନ୍ତି। ନୂଆଦିଲ୍ଲୀ ଆସନରେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ୪ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି।

ଦିଲ୍ଲୀରେ ସରକାର ଗଠନ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆଜି ସନ୍ଧ୍ୟାରେ ଦିଲ୍ଲୀ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା, ଦଳର ଦିଲ୍ଲୀ ନିର୍ବାଚନ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା ଓ ଜାତୀୟ ସାଂଗଠନିକ ସମ୍ପାଦକ ବିଏଲ୍‌ ସନ୍ତୋଷଙ୍କ ସହିତ ନବନିର୍ବାଚିତ ୪୮ ଜଣ ବିଧାୟକ ଉପସ୍ଥିତ ରହିବେ।

ସେପଟେ ଆପ୍‌ର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ମର୍ଲେନା । ସୂଚନା ମୁତାବକ ରବିବାର ଉପରାଜ୍ୟପାଳ ଭି.କେ ସକ୍ସେ‌ନାଙ୍କୁ ଦେଇଛନ୍ତି ଇସ୍ତଫା ପତ୍ର । ଏହା ପରେ ଦିଲ୍ଲୀରେ ଭଙ୍ଗ ହୋଇଛି ସରକାର । 

ସେପଟେ ଆସନ୍ତା ୧୦ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ରହିଛି । ସେଠାରୁ ଫେରିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ କାର୍ଯ୍ୟକ୍ରମ ହେବାର ସମ୍ଭାବନା ରହିଛି । 

ସେୟାର କରନ୍ତୁ

Next Post

ଭୀମ ଆର୍ମୀ ଭାରତ ଏକତା ମିଶନ୍ ପକ୍ଷରୁ ସାଂଗଠନିକ ବୈଠକ....

Mon Feb 10 , 2025
ସଂଜୟ ଶତପଥୀ(କଟକ): ଆଜି ଭୀମ ଆର୍ମୀ ଭାରତ ଏକତା ମିଶନ୍, କଟକ ଜିଲ୍ଲା ପକ୍ଷରୁ ଏକ ସାଂଗଠନିକ ବୈଠକ ଓ ସମ୍ବିଧାନ ସୁରକ୍ଷା ସମାବେଶ ର ଆୟୋଜନ କଟକ ଜିଲ୍ଲା ର ସାଲେପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ମିଶନ୍ ର ଶତାଧିକ ସଦସ୍ୟ ଏକ ବିଶାଳ ମୋଟରସାଇକେଲ ଶୋଭାଯାତ୍ରାରେ ଆସି ସାଲେପୁରସ୍ଥିତ ଆମ୍ବେଦକର ସ୍ମୃତି ପରିଷଦ ପରିସରରେ ଥିବା ବାବାସାହେବଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବିଭିନ୍ନ ସ୍ଲୋଗାନ ସହ […]

You May Like

Pin It on Pinterest