ବାସ୍ତବ ବ୍ୟୁରୋ: ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଓ୍ବେଲବିଙ୍ଗ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ବ ସନ୍ତୋଷ ରିପୋର୍ଟ ( World Happienss Report) ପ୍ରକାଶ ପାଇଛି। ରିପୋର୍ଟରେ ସାମଗ୍ରୀକ ଭାବେ ମାନବ ସମାଜରେ ଦେଖାଦେଇଥିବା କେତେକ ଚିନ୍ତାଜନକ ଲକ୍ଷଣ ଉପରେ ଆଲୋକପାତ କରାଯାଇଛି ।
କ୍ରମାଗତ ଅଷ୍ଟମଥର ଫିନଲାଣ୍ଡ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି । ଡେନମାର୍କ, ଆଇସଲ୍ୟାଣ୍ଡ, ନରୱେ ଏବଂ ସ୍ୱିଡେନ ମଧ୍ୟ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଆମେରିକାର ସ୍ଥାନ ଗତ ବର୍ଷ ୨୩ ନମ୍ବର ଖସି ଆସି ୨୪ରେ ପହଂଚିଛି।
ତେବେ ଏହି ତାଲିକାର ୧୧୮ ତମ ସ୍ଥାନରେ ରହିଛି ଭାରତ। ଏହି ରିପୋର୍ଟରେ କୁହାଯାଇଛି ଯେ ମୁଣ୍ଡପିଛା ଜିଡିପି ବଢୁଥିବା ସତ୍ତ୍ବେ ଭାରତରେ ଧନୀ-ଗରିବ ତାରତମ୍ୟ ଅଧିକ ରହିଛି । ୨୦୧୨ ତୁଳନାରେ ଏହି ତାଲିକାରେ ଭାରତର ସ୍ଥିତି ଆହୁରି ଖରାପ ହୋଇଛି । ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ପାକିସ୍ତାନର ସ୍ଥିତି ଭାରତ ତୁଳନାରେ ଭଲ ରହିଛି । ପାକିସ୍ତାନର ସ୍ଥାନ ୧୦୯ ତମ ସ୍ଥାନରେ ରହିଛି। ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ବାଂଲାଦେଶ ଯଥାକ୍ରମେ ୧୩୩ ଓ ୧୩୪ ତମ ସ୍ଥାନରେ ଅଛନ୍ତି ।
କିନ୍ତୁ ତାଲିକାର ସବୁଠାରୁ ତଳେ ଅଛି ଆଫଗାନିସ୍ତାନ । ଦୀର୍ଘବର୍ଷ ଧରି ଯୁଦ୍ଧଗ୍ରସ୍ତ ହୋଇ ରହିଥିବା ଆଫଗାନିସ୍ତାନରେ ଏବେ ଜୀବନଧାରଣ ସବୁଠାରୁ କଷ୍ଟକର ହୋଇପଡ଼ିଛି । ବିଶେଷକରି ତାଲିବାନ ପୁଣି କ୍ଷମତାକୁ ଫେରିବା ପରେ ଲୋକଙ୍କ ସ୍ଥିତି ବିଶେଷକରି ନାରୀମାନଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି ।