କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଦେଶରେ କରୋନା ଅପ୍-ଡେଟ୍

ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କରୋନା ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି କରୋନା । ଗତ ୨୪ ଘଣ୍ଟାରେ ଭାରତରେ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ଚିନ୍ତାର ବିଷୟ ହେଉଛି ଯେ ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଫଳରେ ଭାରତର ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୨୭.୪ ପ୍ରତିଶତ ରହିଛି ।

କିଛି ରାଜ୍ୟ ପୂର୍ବରୁ ଠିକ ସମୟର ତଥ୍ୟ ଦେଉନଥିବାବେଳେ ଏବେ ସେମାନେ ତଥ୍ୟ ଦେବା ପରେ ସଂଖ୍ୟା ବଢିଯାଇଛି । ଅନ୍ୟପକ୍ଷରେ ଅଣ-କରୋନା ରୋଗୀମାନେ ଯେପରି ଡାକ୍ତରଖାନାରେ ଠିକଭାବେ ଚିକିତ୍ସିତ ହୋଇପାରିବେ ତାହାକୁ ନିଶ୍ଚିତ କରାଯାଉଛି । ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଯେପରି ବିନା ପ୍ରତିବନ୍ଧକରେ ଚାଲିବ ତାହା ରାଜ୍ୟମାନେ ନିଶ୍ଚିତ କରିବା ଆବଶ୍ୟକ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋରୋନା କୁ ନେଇ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ...

Tue May 5 , 2020
 ବାସ୍ତବ ବ୍ୟୁରୋ–ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କହିଛନ୍ତି ଯେ କରୋନାକୁ ନେଇ ଏଯାଏଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ । କାରଣ ସୁରତରୁ ବର୍ତ୍ତମାନ ଦିନକୁ ଏକାଧିକ ଟ୍ରେନ୍ ଆସିବାକୁ ଆରମ୍ଭ କରିଛି । ଆଗକୁ ଟ୍ରେନ ଯୋଗେ ସୁରତରୁ ପ୍ରବାସୀ ଓଡ଼ିଆ ଆସିବେ । ଫେରନ୍ତା ଓଡ଼ିଆ ବିନା ପଞ୍ଜୀକରଣ ବିନା ଆସିପାରିବେ ନାହିଁ । ଆସୁଥିବା ଲୋକେ ସରପଞ୍ଚକୁ […]

You May Like

Pin It on Pinterest