ପ୍ରକାଶ ପାଇଲା IAS ରେଜଲ୍ଟ ୨୦୨୪…

ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଛି ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୪ର ରେଜଲ୍ଟ। ପରୀକ୍ଷାରେ ମୋଟ ୧୦୦୯ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି। ଏହି ଫଳାଫଳ ୟୁପିଏସସି ୱେବସାଇଟ୍ upsc.gov.in ରେ ଦେଖିପାରିବେ। 

ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ଏହା ବ୍ୟତୀତ ଓବିସି ବର୍ଗର ୩୧୮ ଜଣ, ଏସ୍‌ସି ବର୍ଗର ୧୬୦ ଜଣ, ଇଡବ୍ଲୁଏସର ୧୦୯ ଜଣ, ଏସ୍‌ଟି ବର୍ଗର ୮୭ ଜଣ ପରୀକ୍ଷାରେ ସଫଳ ହୋଇଛନ୍ତି।

ପରୀକ୍ଷାରେ ଶକ୍ତି ଦୁବେ  ଟପ୍ପର ହୋଇଛନ୍ତି। ହର୍ଷିତା ଗୋୟଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଡୋଙ୍ଗରେ ଅର୍ଚ୍ଚିତ ପରାଗ ତୃତୀୟ ସ୍ଥାନରେ, ଶାହ ମାର୍ଗୀ ଚିରାଗ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିପରି ଟପ୍ପର ତାଲିକାରେ ଆକାଶ ଗର୍ଗ ପଞ୍ଚମ ସ୍ଥାନରେ, କୋମଲ ପୁନିଆ ଷଷ୍ଠ ସ୍ଥାନରେ ଏବଂ ଆୟୁଷୀ ବଂଶଲ ସପ୍ତମ ସ୍ଥାନରେ ଅଛନ୍ତି। ଏହା ପରେ ରାଜ କୃଷ୍ଣ ଝା, ଆଦିତ୍ୟ ବିକ୍ରମ ଅଗ୍ରୱାଲ, ମୟଙ୍କ ତ୍ରିପାଠିଙ୍କ ନାମ ରହିଛି।

ଓଡ଼ିଶାର ଋତିକା ରଥ ୪୮ ତମ ସ୍ଥାନରେ ରହିଛନ୍ତି। ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ,୧୯୩ରେ ନୀଳମାଧବ ମିଶ୍ର, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍‌ରେ ଅନୁପ ନାୟକ ରହିଛନ୍ତି।

ସେୟାର କରନ୍ତୁ

Next Post

ଏପ୍ରିଲ ୩୦ରେ ସାରା ରାଜ୍ୟରେ ଅଖିମୁଠି ଅନୂକୁଳ କରିବ ବିଜେପି କୃଷକ ମୋର୍ଚ୍ଚା : ମହେଶ୍ୱର ସାହୁ

Tue Apr 22 , 2025
 ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଚାଷୀ ସମାବେଶ କରାଯିବ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଚାଷୀମାନଙ୍କୁ ସମ୍ମାନିତ କରାଯିବ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ନିମନ୍ତ୍ରଣ କରାଯିବ ବାସ୍ତବବ୍ୟୁରୋ(ଭୁବନେଶ୍ୱର):ତା.୨୨/୦୪: ଅକ୍ଷୟ ତୃତୀୟା ହେଉଛି ଏକ କୃଷିଭିତିକ ପର୍ବ । ଓଡ଼ିଶାର ଆବାହନକାଳରୁ ଏହି ଦିନ ଚାଷୀ ନିଜ ଜମିରେ […]

You May Like

Pin It on Pinterest