୫୨ତମ CJI ଭାବେ ଶପଥ ନେଲେ ଜଷ୍ଟିସ୍ ବି.ଆର ଗବାଇ

ବାସ୍ତବ ବ୍ୟୁରୋ: ସୁପ୍ରିମକୋର୍ଟର ୫୨ ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍ ବି.ଆର ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି ।

ଜଷ୍ଟିସ୍ ବି.ଆର୍. ଗୱାଇଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା । ସେ ୧୬ ମାର୍ଚ୍ଚ ୧୯୮୫ରେ ବାରରେ ଯୋଗ ଦେଇଥିଲେ। ୧୪ ନଭେମ୍ବର ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଆରମ୍ଭ କରିଥିଲେ ତାଙ୍କର ନ୍ୟାୟିକ କ୍ୟାରିୟର । ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ। 

୧୫ ବର୍ଷରୁ ଅଧିକ ସମୟ ପାଇଁ ମୁମ୍ବାଇ, ନାଗପୁର, ଔରଙ୍ଗାବାଦ ଓ ପାଣାଜିରେ ବେଞ୍ଚଗୁଡ଼ିକର ଅଧ୍ୟକ୍ଷତା କରିଥିଲେ । ପରେ ୨୪ ମେ, ୨୦୧୯ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା। ଏହାସହ ବିହାର ଓ କେରଳର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଆରଏସ ଗବାଇଙ୍କ ପୁଅ ହେଉଛନ୍ତି ବି.ଆର. ଗବାଇ। 

ସୂଚନାନୁଯାୟୀ, ବୁଧବାର ସଞ୍ଜୀବ ଖାନ୍ନାଙ୍କ ଥିଲା ଶେଷ କାର୍ଯ୍ୟ ଦିବସ ଥିଲା ।  ଆଇନଜୀବୀ ଓ ବିଚାପତିଙ୍କ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ଆଜି ଜଷ୍ଟିସ୍ ବିଆର ଗୱାଇ ପ୍ରଧାନ ବିଚାପତି ଭାବେ ଶପଥ ନେଇଛନ୍ତି ।

ସେୟାର କରନ୍ତୁ

Next Post

ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ

Wed May 14 , 2025
ବାସ୍ତବ ବ୍ୟୁରୋ: ଆଜି (ବୁଧବାର) ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଦକ୍ଷତା ଓ ବୈଷୟିକ ବିଭାଗରେ ନିୟମାବଳୀ ସଂଶୋଧନ କରିଛନ୍ତି। ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ। ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି […]

You May Like

Pin It on Pinterest