ପୁଣି ଡରେଇଲା କୋଭିଡ୍‌……

ବାସ୍ତବ ବ୍ୟୁରୋ: ଦେଶରେ ପୁଣି ଥରେ ଭୟର ଆତଙ୍କ ଖେଳାଇଲାଣି କୋଭିଡ୍‌ । ସରକାରୀ ତଥ୍ୟ ଅନୁଯାୟୀ, ଏବେ ସୁଦ୍ଧା ଭାରତରେ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ମେ ମାସ ୧୨ ତାରିଖ ପରଠାରୁ କେରଳରେ ସର୍ବାଧିକ ୬୯ ଜଣ ମାମଲା ରିପୋର୍ଟ ହୋଇଛି। ଏହାସହିତ ମହାରାଷ୍ଟ୍ରରୁ ୪୪,  ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୮, ଗୁଜରାଟରୁ ୬, ଦିଲ୍ଲୀରୁ ୩, ହରିୟାଣା, ରାଜସ୍ଥାନ ଏବଂ ସିକିମରୁ ଗୋଟିଏ ଲେଖାଏ ମାମଲା ଚିହ୍ନଟ ହୋଇଛି। 

ଅଧିକାରୀମାନଙ୍କ କହିବାନୁସାରେ, ଦେଶରେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି। ଦେଶର ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଏଜେନ୍ସିର ବିଶେଷଜ୍ଞଙ୍କ ସହ ହୋଇଥିବା ଅଧିକାରୀଙ୍କ ଏହି ବୈଠକରେ ବର୍ତ୍ତମାନର ସ୍ଥିତିକୁ ନେଇ ସମୀକ୍ଷା କରାଯାଇଛି। ସୂତ୍ର ମୁତାବିକ , ବୈଠକରେ ଏହା କୁହାଯାଇଛି ଯେ, ଏସିଆ ଦେଶରେ ମାମଲା ବୃଦ୍ଧି ମଧ୍ୟରେ ଭାରତ ସରକାର ଆଲର୍ଟ ହୋଇ ଯାଇଛନ୍ତି। 

ଅନ୍ୟପଟେ ଥାଇଲାଣ୍ଡ, ସିଙ୍ଗାପୁର ଏବଂ ହଂକଂ ସମେତ ଦକ୍ଷିଣ-ପୂର୍ବ ଏସିଆରେ ନୂତନ କୋଭିଡ୍‌-୧୯ ଲହର ଦେଖାଦେଇଛି। ମେ ମାସର ପ୍ରାରମ୍ଭରେ, ସିଙ୍ଗାପୁରରେ ୧୪ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା। ସେହିପରି ହଂକଂ ଏବଂ ଥାଇଲ୍ୟାଣ୍ଡ‌ରେ ମଧ୍ୟ ତୁଳନାତ୍ମକ ଭାବେ ଅଧିକ ମାମଲା ଚିହ୍ନଟ ହୋଇଛି।

ସେୟାର କରନ୍ତୁ

Next Post

ପଛୁଆବର୍ଗର ଦାବି ନେଇ ବିଜେଡି, କଂଗ୍ରେସ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି...

Tue May 20 , 2025
ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ବିଜେପି ବଦ୍ଧପରିକର: ମନମୋହନ ସାମଲ ମେଡିକାଲ, ଟେକ୍ନିକାଲ ଏବଂ ସ୍କିଲ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ପଛୁଆବର୍ଗର ଦାବି ନେଇ ବିଜେଡି, କଂଗ୍ରେସ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ୫୦ ପ୍ରତିଶତ ସଂରକ୍ଷଣ ସୀମା କୋହଳ ପାଇଁ ଉଚ୍ଚତମ ନ୍ୟାୟଳୟରେ ୨୦୧୭ ମସିହାର ମାମଲାକୁ କାହିଁକି ବିଜେଡି ସଠିକ୍ ଭାବରେ ଲଢ଼ିନଥିଲା? ମୋଦି ସରକାର ଜାତି […]

You May Like

Breaking News

Pin It on Pinterest