ଆରସିବିର ବିଜୟ ଶୋଭାଯାତ୍ରାରେ ଦଳାଚକଟା; ୧୧ ମୃତ, ଏକାଧିକ ଆହତ…

ବାସ୍ତବ ବ୍ୟୁରୋ: ଦୀର୍ଘ ୧୮ ବର୍ଷର ପ୍ରତୀକ୍ଷା ପରେ ଆଇପିଏଲ ୨୦୨୫ କପ୍ ଜିତିଛି ଆରସିବି । ଏଥିପାଇଁ ବେଙ୍ଗାଲୁରୁରେ ଉତ୍ସବର ମାହୋଲ। କିନ୍ତୁ ଏହି ଖୁସିର ମାହୋଲ ଦୁଃଖଦ ଘଟଣାରେ ପରିଣତ ହୋଇଛି । 

ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି। ପରିସ୍ଥିତି ଦେଖିଲେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଗତକାଲି ଆଇପିଏଲ୍‌ ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସକୁ ମାତ ଦେଇ ୧୮ ବର୍ଷର ସ୍ୱପ୍ନ ପୂରଣ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହାପରେ ଆଜି ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଦଳ । ଆଜି ବିଜୟ ଶୋଭାଯାତ୍ରାର ଯୋଜନା ରହିଥିଲା । ଏଥିପାଇଁ ପ୍ରଶଂସକଙ୍କ ଜବରଦସ୍ତ ଭିଡ଼ ଜମିଥିଲା । ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା ​​ଏବଂ ଏହା ପରେ ଦଳାଚକଟା ହୋଇଥିଲା।

ସେୟାର କରନ୍ତୁ

Next Post

ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ବହୁ ପ୍ରତୀକ୍ଷିତ ଓକା ବୈଶାଖୀ ମହୋତ୍ସବ....

Thu Jun 5 , 2025
ଭୁବନେଶ୍ବର(ନି ପ୍ର): ବର୍ତ୍ତମାନ ସମସ୍ତ ଯୁବପିଢି ଓଡ଼ିଶା ର ସଂସ୍କୃତି କୁ ଭୁଲି ବିଦେଶୀ ସଭ୍ୟତା କୁ ଆପଣାଉଥିବ ବେଳେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ମୂର୍ଚ୍ଚନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ସଂସ୍କୃତି କୁ ଆଗେଇନେବା ଲାଗି ଭୁବନେଶ୍ୱର ର ଜୟଦେବ ଭବନଠାରେ ଶିକ୍ଷାବିତ୍ ଓ ସମାଜସେବୀ ଶ୍ରୀ ଶଶଧର ପଣ୍ଡା ଙ୍କ ସଭାପତିତ୍ବରେ ଓଡ଼ିଆ ସଂସ୍କୃତି ମହୋତ୍ସବ “ବୈଶାଖୀ ଉତ୍ସବ ଓ […]

You May Like

Pin It on Pinterest