ପୁଣେରେ ପୋଲ ଭୁଶୁଡ଼ି ନଦୀରେ ଭାସିଗଲେ ୩୦ରୁ ଉର୍ଦ୍ଧ୍ବ

ବାସ୍ତବ ବ୍ୟୁରୋ: ଆଜି ମହାରାଷ୍ଟ୍ରର ପୁଣେରେ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ପୋଲର ଅଧା ଅଂଶ ଭାଙ୍ଗି ପଡ଼ିବାରୁ ୨୫ରୁ ୩୦ ଜଣ ଲୋକ ନଦୀରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ଯେତେବେଳେ ପୋଲଟି ଭୁଶୁଡ଼ି ପଡ଼ିଥିଲା, ସେହି ପୋଲ ଉପରେ ଅନେକ ଲୋକ ଉପସ୍ଥିତ ଥିଲେ। 

ରବିବାର ଥିବାରୁ ସେଠାରେ ବହୁ ସଂଖ୍ୟକ ପର୍ଯ୍ୟଟକ ଉପସ୍ଥିତ ଥିଲେ। କିଛି ଲୋକ ପୋଲ ଉପରେ ଠିଆ ହୋଇ ଫଟୋ ଉଠାଇଥିଲେ। ଘଟଣାସ୍ଥଳରେ ପ୍ରାୟ ୨୦୦ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏହି ଘଟଣା ଅପରାହ୍ନ ପ୍ରାୟ ୩.୪୦ ସମୟରେ ଘଟିଥିଲା। ପିମ୍ପରି-ଚିଞ୍ଚୱାଡ ପୁଲିସ କମିଶନରେଟ ଅନ୍ତର୍ଗତ ତାଲେଗାଁଓ ଦାଭାଡେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୫-୬ ଜଣକ ଉଦ୍ଧାର କରିଥିବାବେଳେ, ୬ ଜଣକ ମୃତଦେହ ମିଳିଥିବା ଜଣାପଡ଼ିଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାନୁଯାୟୀ, ପୋଲଟି ପୂର୍ବରୁ ହିଁ ଖରାପ ଅବସ୍ଥାରେ ଥିଲା। ପ୍ରାୟ ୨-୩ ମାସ ତଳୁ ଏହା ଉପରେ ଗାଡ଼ି ଚଳାଚଳ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ସେୟାର କରନ୍ତୁ

Next Post

ଜୁନ୍ ୨୦ରୁ ରାଜ୍ୟରେ ଖୋଲିବ ସ୍କୁଲ

Mon Jun 16 , 2025
ବାସ୍ତବ ବ୍ୟୁରୋ: ଜୁନ୍ ୨୦ରୁ ରାଜ୍ୟରେ ଖୋଲିବ ସ୍କୁଲ । ଜୁନ୍ ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ । ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ । ଯେମିତି ସ୍ୱାସ୍ଥ୍ୟକର ପରିବେଶ […]

You May Like

Breaking News

Pin It on Pinterest