ବାସ୍ତବ ବ୍ୟୁରୋ: ଶନିବାର ଦିନ ଜାମ୍ମୁ ଓ କାଶ୍ମୀରର ରାମବାନ ଜିଲ୍ଲାରେ ପାଞ୍ଚଟି ବସ୍ ମଧ୍ୟରେ ଧକ୍କା ହେବାରୁ ବିଭିନ୍ନ ରାଜ୍ୟରୁ ଆସିଥିବା ଅତି କମରେ ୩୬ ଜଣ ଅମରନାଥ ଯାତ୍ରୀ ଆହତ ହୋଇଛନ୍ତି। ରାମବନ ଡେପୁଟି କମିଶନର ଏ ନେଇ ଏକ ଟ୍ୱିଟ୍ କରିଛନ୍ତି। ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସକାଳ ପ୍ରାୟ ୮ଟା ସମୟରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ କଡ଼ରେ ଚନ୍ଦରକୋଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ବ୍ରେକ୍ ଫେଲ୍ ହେବା ଯୋଗୁଁ ପହଲଗାମ୍ ଯାଉଥିବା ଏକ ଗାଡ଼ି ଅନ୍ୟ ଠିଆ ହୋଇଥିବା ଗାଡ଼ି ସହିତ ଧକ୍କା ହେବା ଫଳରେ ଚନ୍ଦରକୋଟରେ ଏକ ଛୋଟ ଦୁର୍ଘଟଣା ଘଟିଥିଲା,” ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏକ ବିବୃତ୍ତିରେ କହିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ୩୬ ଜଣ ତୀର୍ଥଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା ଏବଂ ଦକ୍ଷିଣ କାଶ୍ମୀର ହିମାଳୟର ୩୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିର ଅଭିମୁଖେ ଯାତ୍ରା ପୁଣି ଆରମ୍ଭ କରିଛନ୍ତି।